
ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ା ପଡ଼ିଯିବାରୁ ଆହତ ହୋଇଛନ୍ତି। ଶନିବାର ବାଥ୍ରୁମ୍ରେ ସେ ପଡ଼ି ଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ଦୁଇ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।
ଗାଧୁଆ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଶ୍ରୀ ଜୟଦେବ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର୍ ସାଇନ୍ସେସ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର MRI ସ୍କାନ୍, ECG ଓ ଇକୋ ଟେଷ୍ଟ୍ କରିଥିଲେ।
ମେଡ଼ିକାଲ୍ର ନିର୍ଦ୍ଦେଶକ ସି.ଏନ୍ ମଞ୍ଜୁନାଥଙ୍କ କହିବା ଅନୁସାରେ, ତାଙ୍କୁ ଗୁରୁତର ଆଘାତ ଲାଗିନାହିଁ। ସବୁ ଠିକ୍ ଅଛି। କେବଳ ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଆଣ୍ଠୁରେ କୌଣସି ଫ୍ରାକ୍ଚର ହୋଇନାହିଁ।
from Odisha Reporter http://bit.ly/2WDAHX9
No comments:
Post a Comment