ମୁଣ୍ଡ ବିନ୍ଧିବା ସାଧାରଣ କଥା ନୁହେଁ, ହୋଇପାରେ କାର୍ଣ୍ଣ କ୍ୟାନସର୍‌ର ଲକ୍ଷଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ମୁଣ୍ଡ ବିନ୍ଧିବା ସାଧାରଣ କଥା ନୁହେଁ, ହୋଇପାରେ କାର୍ଣ୍ଣ କ୍ୟାନସର୍‌ର ଲକ୍ଷଣ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ମାଇଗ୍ରେନ୍‌ ଯୋଗୁ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ବେଳେ ବେଳେ ବାନ୍ତି ମଧ୍ୟ ଲାଗିଥାଏ। ଆମେ ଏ ସବୁକୁ ସାମାନ୍ୟ ଲକ୍ଷଣ ବୋଲି ଭାବିଥାଉ। କିନ୍ତୁ ସାବଧାନ୍‌, ଏହା କାନ କ୍ୟାନସର୍‌ର ଲକ୍ଷଣ ମଧ୍ୟ ହୋଇପାରେ।

ଆସନ୍ତୁ ଜାଣିବା କ’ଣ ଏ କାନ କ୍ୟାନ୍‌ସର

କାନ କ୍ୟାନସର୍‌ ୨ପ୍ରକାରର, ଯଥା, କ୍ଲୋଷ୍ଟାଟୋମା ଏବଂ ସ୍କାଭ୍‌ମାସ୍‌ ସେଲ୍‌ ସାର୍‌ସିନାମୋ(Clostatoma and scavmas cell sarcinoma)

ତେବେ କାନରେ ହେଉଥିବା କ୍ୟାନସର୍‌ ବହୁତ ଶୀଘ୍ର ଶରୀରରେ ବିସ୍ତାର ଲାଭ କରିଥାଏ। କାନ ଭାରି ଲାଗିବା, କାନରେ କିଛି ଶବ୍ଦ ହେବା ଏବଂ କାନରୁ ପାଣି ବାହାରିବା ପରି ଅନୁଭବ ହୋଇଥାଏ। ଏଣୁ ଏ ସବୁ ଲକ୍ଷଣ ଦେଖି ଏହାକୁ ସାମାନ୍ୟ ବୋଲି ବିଚାର କରନ୍ତୁ ନାହିଁ। ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

କେମିତି ରହିବେ ସୁରକ୍ଷିତ

  • କାନରୁ ପାଣି ପରି ଲିକ୍ୱିଡ୍‌ ବାହାରିବା ଅନେକ ସମୟରେ ଅଚାନକ ଆରମ୍ଭ ହୋଇଥାଏ। କେବଳ ପାଣି ନୁହେଁ, ଏଥିରେ ରକ୍ତ ମଧ୍ୟ ପଡିଥାଏ।
  • ଯଦି ଆପଣଙ୍କ ଇୟର୍‌ ଡ୍ରମ୍‌ ଖରାପ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଭବିଷ୍ୟତରେ ଆପଣଙ୍କୁ କ୍ୟାନସର୍‌ ମଧ୍ୟ ହୋଇପାରେ।
  • ବାରମ୍ୱାର ଇନ୍‌ଫେକସନ୍‌ ହେବା: ଯଦି ଆପଣଙ୍କ କାନରେ ଯନ୍ତ୍ରଣା ଏବଂ ବାରମ୍ୱାର ଇନ୍‌ଫେକସନ୍‌ ହେଉଛି, ତେବେ ଯାଞ୍ଚ କରନ୍ତୁ।
  • କାନରେ ପାଣି କିମ୍ୱା ପବନ ପଶିଯିବା ଦ୍ୱାରା କାନ ବନ୍ଦ ହୋଇଯିବା ପରି ଅନୁଭବ ହେବା ମଧ୍ୟ କାନ କ୍ୟାନସର୍‌ର ଏକ ଲକ୍ଷଣ।
  • ସାଧାରଣତଃ କାନ କୁଣ୍ଡାଇ ହେବା ଏକ ସାଧାରଣ ଲକ୍ଷଣ କିନ୍ତୁ ଲଗାତାର କୁଣ୍ଡାଇ ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
  • ଯଦି ମୁହଁ ଖୋଲିବା ସମୟରେ ଆପଣଙ୍କ କାନରେ ଯନ୍ତ୍ରଣା ହେଉଛି, ତେବେ ଏହା କାନ କ୍ୟାନସର୍‌ର ଲକ୍ଷଣ ହୋଇପାରେ। ଏଥିପାଇଁ ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ।

ଏହା ବ୍ୟତୀତ କାନରେ ଯନ୍ତ୍ରଣା ସହିତ ମୁଣ୍ଡ ବିନ୍ଧା ଏବଂ ବାନ୍ତି ଲାଗିବାକୁ ମାଇଗ୍ରେନ୍‌ର ଲକ୍ଷଣ ବୋଲି ଭାବନ୍ତୁ ନାହିଁ। ଏହା କାନ କ୍ୟାନସର୍‌ ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ଏହି ସବୁ ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

 



from Odisha Reporter http://bit.ly/2TzJOG9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages