
କୋଣାର୍କ (ସଞ୍ଜୟ ପତି): ଆସନ୍ତା ୧୨ରେ ମାଘ ପୂର୍ଣ୍ଣିମା। କୋଣାର୍କ ଚନ୍ଦ୍ରଭାଗରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ୧୧ତାରିଖ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିବେ।
ରାତି ପ୍ରାୟ ସାଢେ ୧୨ଟା ସୁଦ୍ଧା ଏନ୍ଏଏସି ଅଫିସରେ ଭୋଗ ଖାଇ ରାତି ପ୍ରାୟ ୨ଟା ୫୮ରେ ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ବିଜେ ହେବେ। ସେଠାରେ ସମସ୍ତ ରୀତିନୀତି ପରେ ପ୍ରାୟ ୩ଟା୫୦ରେ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଶ୍ରଦ୍ଧାଳୁମାନଙ୍କୁ ବୁଡ଼ ପକାଇବାକୁ ଛଡ଼ାଯିବ।
ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୁରକ୍ଷିତ ସାମୁଦ୍ରିକ ସ୍ନାନ ପାଇଁ ସ୍ୱତନ୍ତ୍ର ଲାଇଫ୍ ଗାର୍ଡ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ୩୦ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୩ଜଣ ଆଡିସିନାଲ୍ ଏସ୍ପି ସରୁକ୍ଷାର ତଦାରଖ କରିବେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାରଙ୍କ ସହ ଅତିରିକ୍ତ ଏସ୍ପି ପ୍ରତାପ ସ୍ୱାଇଁ, ପୁରୀ ସିଡିଏମ୍ଓ ଓ ନିମାପଡା, ଗୋପ, କାକଟପୁର ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2BoZ95F
No comments:
Post a Comment