
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନାକୁ ସମାଲୋଚନା କରିଛନ୍ତି ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ତଥା ଇନ୍ଦିରାଙ୍କ ନାତି ରାହୁଲ ଗାନ୍ଧି। ସେ କହିଛନ୍ତି ଏପରି ତୁଳନା କରିବା ଇନ୍ଦିରାଙ୍କ ଅପମାନ।
ସେ କହିଛନ୍ତି, ମୋ ଜେଜେମାଙ୍କ ନିଷ୍ପତ୍ତି ସ୍ନେହ ଏବଂ ଶ୍ରଦ୍ଧାରୁ ଆସୁଥିଲା, ତାଙ୍କ କାମର ତରିକା ଥିଲା ଏକତା, ସେ ଲୋକମାନଙ୍କୁ ସାଙ୍ଗରେ ନେଇ ଚାଲୁଥିଲେ ଏବଂ ଭାରତର ଗରିବଙ୍କ ଯତ୍ନ ନେଉଥିଲେ।
ମୋଦିଙ୍କ ବବିଷୟରେ ସେ କହିଛନ୍ତି, “ମୋଦିଙ୍କ ନିଷ୍ପତ୍ତି ଘୃଣା ଏବଂ କ୍ରୋଧରୁ ଆସିଥାଏ, ତାଙ୍କ ନିଷ୍ପତ୍ତି ଦେଶକୁ ଖଣ୍ଡ ଖଣ୍ଡ କରିଥାଏ। ଶ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପେସିତ ଏବଂ ଗରିବଙ୍କ ପାଇଁ ଆଦୌ ସମବେଦନା ନାହିଁ।”
ରାହୁଲଙ୍କ ମନ୍ତବ୍ୟକୁ କିନ୍ତୁ ରାଜନୀତିକ ସମୀକ୍ଷକମାନେ ଗ୍ରହଣ କରିନାହାନ୍ତି। ଜାତୀୟସ୍ତରରେ ଲୋକାଭିମୁଖୀ ବା ତୃଣମୂଳସ୍ତରର ଯୋଜନା କରି ପ୍ରକୃତ ଭୋଟରଙ୍କ ମନ ଜିଣିବାରେ ମୋଦି ସରକାର ସମର୍ଥ ହୋଇଥିବାବେଳେ ଇନ୍ଦିରାଙ୍କ ସରକାର ମଧ୍ୟ ସେହିଭଳି ଥିଲା।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର କାର୍ଯ୍ୟକଳାପ ମଧ୍ୟ ଠିକ୍ ସେହିଭଳି ଉଭୟ ସରକାରରେ ସମାନ। ବିଭିନ୍ନ ମନ୍ତ୍ରଣାଳୟ କୁଆଡ଼େ ପିଏମ୍ଓରୁ ହିଁ ନିୟନ୍ତ୍ରଣ ହୁଏ ବୋଲି ଉଭୟ ସରକାରରେ ଚର୍ଚ୍ଚା ହୁଏ। ଅବଶ୍ୟ ୟୁପିଏ ସରକାରରେ ଏହା ଆଉ ପାଦେ ଆଗକୁ ବଢ଼ିଯାଇଥିଲା।
ଇନ୍ଦିରା ଗାନ୍ଧି କେନ୍ଦ୍ରୀୟ ସ୍ୱୟଂଚାଳିତ ସଂସ୍ଥାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାର ମଧ୍ୟ ଚର୍ଚ୍ଚା ରହିଛି। କିନ୍ତୁ ଏହି କଥାକୁ ଅସ୍ୱୀକାର କରି ରାହୁଲ କହିଛନ୍ତି, “ଭାରତରେ ସମସ୍ତ ସଂସ୍ଥା ମୋଦିଙ୍କ ଏକଚ୍ଛତ୍ରବାଦର ସାମ୍ନା କରୁଛନ୍ତି। ମୋଦି ନିଜକୁ ଭାରତର ଭଗବାନ ଭାବୁଛନ୍ତି, ଯେମିତି ବ୍ରିଟିଶ୍ ନିଜକୁ ଭାବୁଥିଲେ।”
from Odisha Reporter http://bit.ly/2t3Fpjj
No comments:
Post a Comment