କ୍ୟାନ୍‌ସରରେ ଚାଲିଗଲେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର୍‌’ର ଏହି ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

କ୍ୟାନ୍‌ସରରେ ଚାଲିଗଲେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର୍‌’ର ଏହି ଅଭିନେତା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ମରାଠୀ ଓ ହିନ୍ଦୀ ଭାଷାର ପ୍ରଖ୍ୟାତ ଅଭିନେତା ରମେଶ ଭାଟକର୍‌ଙ୍କର କ୍ୟାନସର୍‌ରେ ମୃତ୍ୟୁ ହୋଇଯାଇଛି। ବିଶ୍ୱ କ୍ୟାନ୍‌ସର୍‌ ଦିବସରେ ହିଁ ସେ ଏହି ଭୟାନକ ରୋଗ ସହ ସଂଘର୍ଷରେ ହାରି ଯାଇଛନ୍ତି। ରମେଶଙ୍କୁ ବିଶେଷ କରି ଫିଲ୍ମରେ ପୁଲିସ୍‌ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳୁଥିଲା। କେବଳ ଫିଲ୍ମ ନୁହେଁ ସେ ମଞ୍ଚ ନାଟକରେ ମଧ୍ୟ ବେଶ ଭଲ ନାଁ କରିଛିନ୍ତି।

ଜଣାଇଦେବାକୁ ଚାହୁଁଛୁ ଯେ, ସେ ଗତ କିଛି ଦିନ ହେବ କ୍ୟାନ୍‌ସର୍‌ ରୋଗରେ ପୀଡିତ ହୋଇ ସେ ମୁମ୍ବାଇର ଏଲିଜାବେଥ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ, ସେହିଠାରେ ହିଁ ସେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

ରମେଶ ୧୯୭୭ ମସିହାରେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ପାଖାପାଖି ୩୦ ବର୍ଷ ହେଲାଣି ଫିଲ୍ମ ଜଗତ ସହ ଜଡ଼ିତ। ଫିଲ୍ମ ବ୍ୟତୀତ ‘ହେଲୋ ଇନ୍‌ସ୍ପେକ୍ଟର୍’ ଓ ‘ଦାମିନୀ’ ପରି ପପୁଲାର୍ ଟିଭି ସିରିୟଲ୍‌ରେ କାମ କରି ସେ ଚର୍ଚ୍ଚାକୁ ଆସିଥିଲେ। ରମେଶ ଭାଟକରଙ୍କ ପିତା ବାସୁଦେବ ଭାଟକର୍‌ ମଧ୍ୟ ଜଣେ ବଡ଼ ଗାୟକ ଥିଲେ।

ନିକଟରେ ସେ ଅନୁପମ୍‌ ଖେର୍‌ଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମିନିଷ୍ଟର’ରେ ସେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍‌ ଭୁମିକାରେ ନଜର ଆସିଥିଲେ। ରମେଶଙ୍କ ପତ୍ନୀ ମୃଦୁଲା ଭାଟ୍‌କର ବର୍ତ୍ତମାନ ହାଇକୋର୍ଟରେ ଜଜ୍‌ ଅଛନ୍ତି। ତାଙ୍କ ପୁଅଙ୍କ ନାମ ହେଉଛି ହର୍ସବର୍ଦ୍ଧନ୍ ଭାଟକର୍।

 



from Odisha Reporter http://bit.ly/2I0KNOG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages