
ଚେନ୍ନାଇ: ଶିବମୁନିୟାନ। ବୟସ- ମାତ୍ର ଦୁଇ ବର୍ଷ। ଗତକାଲି ଘରେ କ’ଣ ସବୁ ଘଟି ଯାଉଥିଲା, ତାହା ତାଙ୍କ ବୁଝିବା ବାହାରେ ଥିଲା। ତା’ଭିତରେ କେହି ତାଙ୍କୁ ଯବାନଙ୍କ ୟୁନିଫର୍ମ ସଦୃଶ ଦେଖାଯାଉଥିବା ପୋଷାକ ପିନ୍ଧାଇ ଦେଇଥିଲେ। ସେହି ୟୁନିଫର୍ମ ପିନ୍ଧି ସେ କଫିନ୍ରେ ଥିବା ତାଙ୍କ ବାପାଙ୍କୁ ସାଲ୍ୟୁଟ୍ ମାରିଲେ ଓ ଏକ ଚୁମା ଦେଲେ। ଆଉ ଏ ଦୃଶ୍ୟ ଦେଖି ଉପସ୍ଥିତ ଶହ ଶହ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା।
ଗତକାଲି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ତାମିଲନାଡୁର ଆରିୟାଲୁର ଜିଲ୍ଲାରେ। ଗତ ଗୁରୁବାର ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସିଆର୍ପିଏଫ୍ ଯବାନଙ୍କ ମଧ୍ୟରେ ଥିଲେ ତାମିଲନାଡୁର ସି ଶିବଚନ୍ଦ୍ରନ।
ଗତକାଲି ତାଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲା। ସେଠାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ସହିତ ଶହ ଶହ ଲୋକ ଉପସ୍ଥିତ ରହି ଭାରତ ମାତାର ଏହି ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।
ଶିବଚନ୍ଦ୍ରନ ଗତ ଶନିବାର ଛୁଟି ସରିବା ପରେ ଜମ୍ମୁ-କାଶ୍ମୀର ଯାଇ ଡ୍ୟୁଟିରେ ଯୋଗ ଦେଇଥିଲେ। ଏହାର ଚାରି ଦିନ ପରେ ଗୁରୁବାର ସେ ସହିଦ ହୋଇଯାଇଥିଲା।
ଶିବଚନ୍ଦ୍ରନଙ୍କ ପତ୍ନୀ ଜଣେ ତାଲିମପ୍ରାପ୍ତ ନର୍ସ। ସେ ଗର୍ଭବତୀ ମଧ୍ୟ ଅଛନ୍ତି। ତାଙ୍କୁ ଚାକିରି ଦେବା ପାଇଁ ତାଙ୍କ ଗାଁ ଲୋକେ ଦାବି କରିଛନ୍ତି। ତାମିଲନାଡୁ ସରକାର ଶିବଚନ୍ଦ୍ରନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି।
ଶିବଚନ୍ଦ୍ରନ ୨୦୧୦ରେ ସିଆରପିଏଫ୍ରେ ଯୋଗ ଦେଇଥିଲା। ତା’ପୂର୍ବରୁ ସେ ଏକ ସ୍କୁଲ୍ରେ ପାଠ ପଢ଼ାଉଥିଲେ। ସେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିବା ପରେ ବିଇଡି କରିଥିଲେ।
from Odisha Reporter http://bit.ly/2EfJLu4
No comments:
Post a Comment