‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର’ର ଶିଳାନ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର’ର ଶିଳାନ୍ୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନ୍‌ସର ହସ୍ପିଟାଲ୍ ନିର୍ମାଣ ହେବ। ମୁମ୍ବାଇର ଟାଟା ମେମୋରିଅଲ୍‌ ହସ୍ପିଟାଲ୍‌ ଢାଞ୍ଚାରେ ଏହାର ନିର୍ମାଣ ହେବ। ଉଦ୍‌ଘାଟନୀ ଉତ୍ସବରେ ଟଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଉପସ୍ଥିତ ରହିଥିଲେ।

ବାରଙ୍ଗ ରତାଗଡ଼ ନୂଆସାହିଠାରେ ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୫ ଏକର ଜମି ଯୋଗାଇ ଦେଇଛନ୍ତି। ହସ୍ପିଟାଲର ପରିଚାଳନା ଦାୟିତ୍ୱ ଟାଟା ଟ୍ରଷ୍ଟ ପାଖରେ ରହିବ। ହସ୍ପିଟାଲରେ ୫୦୦ ବେଡ୍‌ ରହିବ। ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍‌ ଥେରାପି ଓ କେମୋ ଥେରାପି ଭଳି ସବୁ ସବୁଧା ଏଠାରେ ଉପଲବ୍ଧ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନସର ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ।

 



from Odisha Reporter http://bit.ly/2S87Re6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages