
ଯାଜପୁର (ଗୁଲାମ ଗସ): ବଧୂ ହତ୍ୟା ଅଭିଯୋଗରେ ପୂରା ପରିବାରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ତେବେ ଜଣଙ୍କର ମୃତ୍ୟୁ ଘଟିଥିବାରୁ ୪ ଜଣ ଏହି ଦଣ୍ଡ ଭୋଗିବେ।
ଯାଜପୁର ଜିଲ୍ଲା ଦୌରାଜଜ୍ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ମାମଲାର ବିଚାର କରି ଆଜି ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି।
ମୃତ ମହିଳାଙ୍କ ନାଁ କୁସୁମଲତା ସାହୁ। ତାଙ୍କ ଘର ପାଣିକୋଇଲି ଥାନା ପଳସା ଗାଁରେ। ୨୦୧୪ ଜୁନ୍ ୨୦ ତାରିଖରେ ସେ ସୋଲପାଟ ଗାଁର ଅକ୍ଷୟ ପାଲଙ୍କୁ ବିବାହ କରିଥିଲେ। ତେବେ ଶାଶୂଘର ଲୋକେ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।
୨୦୧୭ ନଭେମ୍ୱର ୧୪ ତାରିଖରେ କୁସୁମଲତା ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ପରଦିନ ଅର୍ଥାତ୍ ୧୫ ତାରିଖରେ ତାଙ୍କ କ୍ଷତବିକ୍ଷତ ମୃତଦେହ ସୋଲପାଟ ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଶାଶୂଘର ଲୋକେ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ପାଣିକୋଇଲି ଥାନା ପୁଲିସ୍ ଘଟଣାର ତଦନ୍ତ କରି କୁସୁମଲତାଙ୍କ ଶାଶୂ, ଶ୍ୱଶୁର, ସ୍ୱାମୀ, ଦିଅର ଓ ନଣନ୍ଦଙ୍କୁ ଗିରଫ କରିଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ୍ରେ ଥିବା ବେଳେ ୨୦୧୭ ଜୁଲାଇ ୮ ତାରିଖରେ କୁସୁମଲତାଙ୍କ ଦିଅର ଅଜୟ ପାଲଙ୍କ ମୃତ୍ୟୁ ଘଟିଥିଲା। ତେଣୁ ବାକି ୪ ଜଣ ସଜା ଭୋଗିବେ।
from Odisha Reporter http://bit.ly/2EcpaXw
No comments:
Post a Comment