୨୦ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ, ପ୍ରତି ନିର୍ବାଚନମଣ୍ଡଳୀରେ ରହିବ ମହିଳା ପୁଲିଂ ବୁଥ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

୨୦ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ, ପ୍ରତି ନିର୍ବାଚନମଣ୍ଡଳୀରେ ରହିବ ମହିଳା ପୁଲିଂ ବୁଥ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁକ୍ତ ଓ ଅବାଧ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତମାସ ୨୦ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶେଷ ହେବ। ଏହାସହିତ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଗୋଟିଏ କିମ୍ବା ଏକାଧିକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳନା ହେବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁୁ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଆଜି ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇଦିନ ଧରି ଓଡ଼ିଶାରେ ରହି ସାଧାରଣ ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ସହ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସଙ୍ଗେ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ଅଶୋକ ଲାଭାସ ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଲାଭାସ କହିଛନ୍ତି ଯେ, କେବଳ ଅଫିସର ପାହ୍ୟା ନୁହେଁ ସବୁସ୍ତରର ସରକାରୀ କର୍ମଚାରୀ ଯେଉଁମାନେ କି ଗୋଟିଏ ସ୍ଥାନରେ ୩ବର୍ଷ ଧରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବଦଳି ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ନିର୍ବାଚନ ସମୟରେ ଅର୍ଥ ବଳ ଓ ବାହୁ ବଳ ଉପଯୋଗ ହେବାର ଆଶଙ୍କା ଥିବା ରାଜନୀତିକ ଦଳଗୁଡ଼ିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ ପେଟ୍ରୋଲ ପମ୍ପ ମାଧ୍ୟମରେ ଭୋଟବେଳେ ଅର୍ଥ ସ୍ଥାନାନ୍ତର ହେବାର ଯେଉଁ ଅଭିଯୋଗ ଆସିଛି ସେଥିପ୍ରତି କମିଶନ ସ୍ୱତନ୍ତ୍ର ଦୃଷ୍ଟି ଦେବେ।

କାଳିଆ, ମିଶନ ଶକ୍ତି ଓ ବିଜୁ ଯୁବ ବାହିନୀ ମାଧ୍ୟମରେ ସରକାରୀ ଅର୍ଥକୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଉପଯୋଗ କରାଯାଉଥିବାର ଅଭିଯୋଗ ଆସିଛି। ଏହାସହିତ ସରକାରୀ ଅଫିସରମାନଙ୍କ ପାଖରେ ଟଙ୍କା ଠୁଳ କରାଯାଇ ନିର୍ବାଚନ ସମୟରେ ସେଗୁଡ଼ିକୁ ଉପଯୋଗ କରାଯିବ ବୋଲି ଅଭିଯୋଗ ହୋଇଛି। ତେବେ ଆର୍ଥିକ କାରବାରକୁ ରୋକିବା ପାଇଁ ପ୍ରଥମଥର ନିମନ୍ତେ ସ୍ୱତନ୍ତ୍ର ଆପ୍ କାର୍ଯ୍ୟ କରିବ। ଯାହାମାଧ୍ୟମରେ ଯେକେହି ନାଗରିକ ନିର୍ବାଚନରେ ଅର୍ଥ କାରବାର ସମ୍ପର୍କରେ ଅଭିଯୋଗ କରିପାରିବ। ଆଉ କମିଶନ ତା’ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବା ପାଇଁ କମିଶନ ଚଳିତଥର ପଦକ୍ଷେପ ନେଇଛନ୍ତି।

ଏହାବ୍ୟତୀତ ସାଧାରଣ ନିର୍ବାଚନରେ ଜିପିଏସଯୁକ୍ତ ସ୍କ୍ୱାଡ, ସର୍ଭେଲାନ୍ସ ଟିମ୍ ଓ ସୀମାରେ ଚେକିଂକୁ ଜୋରଦାର କରିବାକୁ ରାଜ୍ୟ ପ୍ରଶାସନକୁ କୁହାଯାଇଛି। ଚଳିତମାସ ୧୭ ଓ ୨୩ତାରିଖରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନୂଆ ଭୋଟର ପଞ୍ଜିକରଣ କାର୍ଯ୍ୟ କରାଯିବ।

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମୋଟ ୩୦୭୯୮ଟି ମତଦାନ କେନ୍ଦ୍ର ସ୍ଥାପନ ପାଇଁ ଚିହ୍ନଟ ହୋଇଛି। ଏସବୁ ମତଦାନ କେନ୍ଦ୍ରରୁ ମାତ୍ର ୬୩.୧୧%ରେ ବିଦ୍ୟୁତ ବ୍ୟବସ୍ଥା ଥିବାବେଳେ ୯୨.୭୮%ରେ ଶୌଚାଳୟ, ୯୮.୫୧%ରେ ପାନୀୟ ଜଳ ସୁବିଧା ଓ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ୯୨.୬୦% କେନ୍ଦ୍ରରେ ସୁବିଧା ରହିଛି। ତେବେ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଶତପ୍ରତିଶତ ମତଦାନ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନିମନ୍ତେ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାମାତ୍ରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ସରକାରୀ ହୋର୍ଡିଂ ଯେଭଳି ନରୁହେ ତାହା ରାଜ୍ୟ ପ୍ରଶାସନ ସୁନିଶ୍ଚିତ କରିବେ।



from Odisha Reporter http://bit.ly/2IhuXiB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages