ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନୀ କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନୀ କଳାକାର

ମୁମ୍ୱାଇ: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଅଘୋଷିତ ଯୁଦ୍ଧ । ଦୁଇ ଦେଶରେ ଏହାକୁ ନେଇ ଚର୍ଚ୍ଚ।  ଏହି ଚର୍ଚ୍ଚାରେ ବି ସାମିଲ ହୋଇଛି ବଲିଉଡ। ବଲିଉଡ କଳାକାମାନେ ଭାରତୀୟ ବାୟୁ ସେନାର କାର୍ଯ୍ୟକୁ ଜୋରଦାର ପ୍ରଶଂସା କରୁଥିବାବଳେ ପାକିସ୍ତାନୀ କଳାକାରଙ୍କୁ କାମ ନ ଦେବା ସହ ଭାରତ ଆସିବା ପାଇଁ ଭିସା ନ ଦେବାକୁ ଦାବି କରିଛନ୍ତି ।
ଅନ୍ୟପକ୍ଷେ ପାକିସ୍ତାନୀ କଳାକାରମାନେ ଏବେ ସେମାନଙ୍କ ନୀରବତା ଭଙ୍ଗ କରିଛନ୍ତି । ଏ ପ୍ରସଙ୍ଗରେ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ପାକିସ୍ତାନୀ କଳାକାର ଅର୍ମିନା ଖାନ୍‌ ଶାନ୍ତିର କଥା କହି ବଲିଉଡ୍‌ କଳାକାର ଯୁଦ୍ଧକୁ ସମର୍ଥନ କରିବା ନେଇ ସମାଲୋଚନା କରିଛନ୍ତି। ଏପରି ଅନେକ ପାକିସ୍ତାନୀ କଳାକାର ରହିଛନ୍ତି ଯେଉଁମାନଙ୍କର ସ୍ୱର ଭାରତ ପାଇଁ ବଦଳି ଯାଇଥିବା ଦେଖିବାକୁ ମିଳିଛି।

ଏମିତି କହିଲେ ମାହିରା

‘ରଇଜ୍‌’ ଫିଲ୍ମରେ ଶାହରୁଖ ଖାନ୍‌ଙ୍କ ସହ କାମ କରିଥିବା ପାକିସ୍ତାନୀ କଳାକାର ମାହିରା ଖାନ୍‌ ନିଜ ଦେଶକୁ ସମର୍ଥନ କରି କହିଛନ୍ତି, “ ଯୁଦ୍ଧଠାରୁ ଖରାପ କିଛି ନାହିଁ । ଯୁଦ୍ଧକୁ ନେଇ ଭାରତୀୟଙ୍କ ଖୁସି ଅଜ୍ଞତା ଛଡ଼ା ଆଉ କିଛି ନୁହେଁ। ”

ଅଲ୍ଲୀ ଅବ୍ବସୀ

ଅଲ୍ଲୀ ଅବ୍ବସୀ ଟ୍ୱିଟ୍‌ କରି କହିଛନ୍ତି, “ବାଲାକୋଟରେ ହୋଇଥିବା ଆକ୍ରମଣ ମିଛ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ଠାରୁ କିଛି ମାତ୍ରାରେ ଠିକ୍ ଅଛି। ଏଥର ଭାରତୀୟ ବାୟୁ ସେନା ପାକ୍‌ ଅଧିକୃତ କଶ୍ମୀରଠାରୁ ୪ ରୁ ୬ କିଲୋମିଟର ଭିତରକୁ ଆସିଛନ୍ତି ଏବଂ ରାସ୍ତାରେ କିଛି ଜିନିଷ ଫିଙ୍ଗିଥିଲ, ଯାହାଦ୍ୱାରା ଆମର କିଛି ଗଛ ସହିଦ୍‌ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ଫାହଦ୍‌ ମୁସ୍ତଫା

ସେହିପରି ଅଭିନେତା ଫାହଦ୍‌ ମୁସ୍ତଫା ମଧ୍ୟ ଶାନ୍ତି ପ୍ରତିଷ୍ଠା ହେଉ ବୋଲି କହି ଲେଖିଛନ୍ତି, “କିଏ ଠିକ୍‌-କିଏ ଭୁଲ୍‌ ତାହା କହିବା ଉଚିତ୍‌ ନୁହେଁ। କେବଳ ଏତିକି ଜଣାପଡ଼ିବ ଯେ, କିଏ ଜୀବିତ ଅଛି। ଦୟାକରି

ଏପରି ପରିସ୍ଥିତିଠାରୁ ଦୂରେଇ ରୁହନ୍ତୁ।”

ବୀଣା ମଲ୍ଲିକ

ପାକିସ୍ତାନୀ କଳାକାର ବୀଣା ମଲ୍ଲିକ ବଲିଉଡ୍‌ ଅଭିନେତା ଓ ଭାରତ ବିରୋଧରେ ବର୍ଷିଛନ୍ତ। ସେ ଟ୍ୱିଟର୍‌ରେ ଲଗାତାର ଭାରତ ବିରୋଧୀ ଷ୍ଟାଟସ୍‌ ଓ ଅପଡେଟ୍‌ କରୁଛନ୍ତି। ବାୟୁସେନା ଅଧିକାରୀ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ନିଜ ହେପାଜତକୁ ନେବା ପରେ ବୀଣା ଟ୍ୱିଟ୍‌ କରି ଲେଖିଥିଲେ, “ଅଭି ଅଭି ତୋ ଆୟେ ହୋ…ଅଚ୍ଛି ମେହମାନ୍‌ ନୱାଜି ହୋଗି ଆପ୍‌କି।”

ବୀଣାଙ୍କର ଏହି ଟ୍ୱିଟ୍‌ ପରେ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର କଡ଼ା ଭାଷାରେ ଜବାବ ଦେଇ କହିଛନ୍ତି,  “ବୀଣା ଦେବୀ, ଏହା ଆପଣଙ୍କର ହୀନ ଓ ଅସୁସ୍ଥ ମାନସିକତା। ଆପଣଙ୍କ ମୁହଁ ହିଁ ଆପଣଙ୍କ ପାଇଁ ଖୁସିର କାରଣ। ଆମର ଅଧିକାରୀ ଜଣେ ବୀର, ସାହାସୀ, କ୍ଷମାଶୀଳ ଓ ସମ୍ଭ୍ରାନ୍ତ ବ୍ୟକ୍ତି।  ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଉପରେ ୪ ଶାନ୍ତିପ୍ରିୟ ପାକିସ୍ତାନୀ ଆକ୍ରମଣ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।“

ଉର୍ବା ହୋକେନ୍‌

ଉର୍ବା ହୋକେନ୍‌ ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, “ପାକିସ୍ତାନକୁ ନେଇ ମୁଁ ଗର୍ବ କରୁଛି ଯେ, ସେ ଏବେ ଶାନ୍ତି ଆଶା କରୁଛି। ଏହା ହିଁ ତାର ପ୍ରକୃତ ଶକ୍ତି। ମୁଁ ମଧ୍ୟ ଜଣେ ପାକିସ୍ତାନୀ ଏବଂ ମୁଁ ଯୁଦ୍ଧ ଚାହୁଁନାହିଁ।”



from Odisha Reporter https://ift.tt/2BYzIIj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages