
ଇସ୍ଲାମାବାଦ: ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶର ସଂସଦରେ ଘୋଷଣା କରିଛନ୍ତି।
ସେହିପରି ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ ମଧ୍ୟ ଭିଡିଓ ଗୁଡ଼ିକୁ ହଟାଇ ଦେଇଛି।
ଗତକାଲି ଦୁଇ ଜଣ ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଛି ବୋଲି ଇମ୍ରାନ କହିଥିଲେ। ହେଲେ ଆଜି ସଂସଦରେ ସେ ପୂର୍ବ ବକ୍ତବ୍ୟ ବଦଳାଇ ପାକିସ୍ତାନ ଜଣେ ମାତ୍ର ପାଇଲଟଙ୍କୁ ଗିରଫ କରିଥିବା ସ୍ୱୀକାର କରିଛନ୍ତି। ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ ବୋଲି ପ୍ରମାଣ କରିବାକୁ ସରକାର ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତି ଦେଉଛନ୍ତି ଓ ଭାରତ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ ବୋଲି ଇମ୍ରାନ୍ ଖାନ୍ ନିବେଦନ କରିଛନ୍ତି।
ସଂସଦର ମିଳିତ ଅଧିବେଶକୁ ଉଦ୍ବୋଧନ ଦେଇ ଇମ୍ରାନ୍ କହିଛନ୍ତି, “ଆମେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି। ଏଥିପାଇଁ ଭାରତୀୟ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଚାହୁଁଛୁ। ଯଦି ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତା’ହେଲେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେବାକୁ ବାଧ୍ୟ ହେବ। ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଠାରୁ କଥା ହେବାକୁ ଚାହୁଁଛି, ହେଲେ ଏହା ସମ୍ଭବ ହୋଇପାରୁ ନାହିଁ। ତଥାପି ମୁଁ ଏବେ ବି ଚେଷ୍ଟା କରିବି।
ଏବେ ଯାହା ଘଟୁଛି ତାହା କେବଳ କଶ୍ମୀର ପାଇଁ ଚାଲିଛି। ହିନ୍ଦୁସ୍ତାନର ସମସ୍ତ ଲୋକଙ୍କୁ କହୁଛି ଯେ ସେମାନେ ତାଙ୍କ ସରକାରଙ୍କୁ ପ୍ରଶ୍ନ କରନ୍ତୁ। କ’ଣ ପାଇଁ ୧୯ ବର୍ଷର ଜଣେ କଶ୍ମିରୀ ନିଜକୁ ନିଜେ ଆତ୍ମଘାତୀ ଭାବେ ଗଢ଼ି ତୋଳୁଛି?”
ଗତକାଲି ସକାଳେ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରି ଏକାଧିକ ପାକ୍ ଜେଟ୍ ଭାରତରେ ପ୍ରବେଶ କରିଥିଲା। ଏହି ସମୟରେ ସମୀରେ ପ୍ୟାଟ୍ରୋଲିଂ କରୁଥିବା ଭାରତର ମିଗ୍-୨୧ ବିମାନ ଏହାକୁ ରୋକିବା ସହ ଆକ୍ରମଣ କରିଥିଲା। ଏହି ସମୟରେ ମିଗ୍-୨୧ ମାଡ଼ରେ ଏକ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ପିଓକେ ଖସି ପଡ଼ିଥିଲା। ସେହିପରି ମିଗ୍-୨୧ ମଧ୍ୟ ପାକ୍ ସୀମାରେ ଖସି ପଡ଼ିଥିଲା ଏବଂ ଏହାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା।
from Odisha Reporter https://ift.tt/2XvUR5B
No comments:
Post a Comment