ଇରାନୀ କପ୍‌: ଅବଶିଷ୍ଟ ଭାରତ ୩୩୦ରେ ଅଲଆଉଟ୍‌, ବିହାରୀଙ୍କ ଲଢ଼ୁଆ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଇରାନୀ କପ୍‌: ଅବଶିଷ୍ଟ ଭାରତ ୩୩୦ରେ ଅଲଆଉଟ୍‌, ବିହାରୀଙ୍କ ଲଢ଼ୁଆ ଶତକ

ନାଗପୁର: ରଣଜୀ ଚାମ୍ପିୟନ ବିଦର୍ଭ ଓ ଅବଶିଷ୍ଟ ଭାରତ ମଧ୍ୟରେ ଇରାନୀ କପ୍‌ ମ୍ୟାଚ ଆରମ୍ଭ ହୋଇଛି। ମ୍ୟାଚ୍‌ର ପ୍ରଥମ ଦିନରେ ଅବଶିଷ୍ଟ ଭାରତ ୩୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ତେବେ ଏହି ମ୍ୟାଚ୍‌ରେ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲଙ୍କ ଲଢ଼ୁଆ ବ୍ୟାଟିଂ ଦେଖିବାକୁ ମିଳିଛି।

ହନୁମାନ ବିହାରୀ ୧୧୪ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ମୟଙ୍କ ୯୫ ରନ୍‌ କରିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୧୨୫ ରନ୍‌ର ଭାଗୀଦାରି କରି ଅବଶିଷ୍ଟ ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌କୁ ସମ୍ଭାଳିଥିଲେ।

ଶାଣିତ ବୋଲିଂ ପାଇଁ ପରିଚିତ ବିଦର୍ଭ ୯ମ ଓଭର୍‌ରେ ପ୍ରଥମ ସଫଳତା ପାଇଥିଲା। ଦଳ ପକ୍ଷରୁ ରଜନୀଶ ଗୁରୁବାନୀ ଅବଶିଷ୍ଟ ଭାରତର ଓପନର ଅନମୋଲପ୍ରୀତ ସିଂହ(୧୫)ଙ୍କୁ ସଅଳ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ତେବେ ଏହାପରେ ବିହାରୀ ଏବଂ ମୟଙ୍କ ନିଜ ଅଭିଜ୍ଞତାର ପ୍ରମାଣ ଦେଇ ବିଦର୍ଭ ବୋଲରଙ୍କ ମୁକାବିଲା କରିଥିଲା।

ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ମୟଙ୍କ ଶତକ ହାସଲ ଠାରୁ ୫ ରନ୍‌ ଦୂରରେ ଥିବା ବେଳେ ୟଶ ଠାକୁର ତାଙ୍କୁ ଆଉଟ୍‌ କରି ବିଦର୍ଭକୁ ଦିବସର ସବୁଠାରୁ ବଡ଼ ସଫଳତା ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍‌ ଇଣ୍ଡିଆର ଟେଷ୍ଟ ଉପ ଅଧିନାୟକ ତଥା ଅବଶିଷ୍ଟ ଭାରତର କ୍ୟାପ୍ଟେନ୍‌ ଅଜିଙ୍କ୍ୟ ରାହଣେ ମାତ୍ର ୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ରାହଣେ ଆଉଟ୍‌ ହେବା ପରେ ଅବଶିଷ୍ଟ ଭାରତର ଗୋଟିଏ ପରେ ଗୋଟିଏ ୱିକେଟ୍‌ ଖସି ଚାଲିଥିଲା। ଶ୍ରେୟସ ଆୟର ୧୯, ଇଶାନ କିଷନ ୨, କ୍ରିଷ୍ଣାନ୍ନାପ୍ପା ଗୌତମ ୭ ଓ ଧର୍ମେନ୍ଦ୍ର ସିଂହ ଜାଡେଜା ୬ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଗୋଟିଏ ପଟେ ୱିକେଟ୍‌ ଖସି ଚାଲିଥିଲେ ହେଁ ବିହାରୀ ଅନ୍ୟପଟେ ଦଳର ସ୍କୋରକୁ ଆଗକୁ ନେବା ସହ ନିଜର ଶତକ ହାସଲ କରିଥିଲେ।

ତାଙ୍କୁ ଏଥିରେ ରାହୁଲ ଚହର(୨୨) ଓ ଅଙ୍କିତ ରାଜପୁତ(୨୫) ଭରପୂର ସହଯୋଗ କରିଥିଲେ। ବିହାରୀ ୧୧୪ ରନ୍‌ କରିଥିବା ବେଳେ ଆଦିତ୍ୟ ସରୱେଟ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଅବଶିଷ୍ଟ ଭାରତ ୮୯.୪ ଓଭର୍‌ରେ ୩୩୦ ରନ୍‌ରେ ଆଉଟ୍‌ ହେବା ପରେ ପ୍ରଥମ ଦିନର ଖେଳ ଶେଷ ହୋଇଥିଲା।

ବିଦର୍ଭ ପକ୍ଷରୁ ଆଦିତ୍ୟ ସରୱେତ ଓ ଅକ୍ଷୟ ୱାଖେର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ରଜନୀଶ ଗୁରୁବାନୀ ୨ଟି ଏବଂ ୟଶ ଠାକୁର ଓ ଅକ୍ଷୟ କାରନେୱର ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।



from Odisha Reporter http://bit.ly/2DzRilZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages