ମୁଣ୍ଡବିନ୍ଧାର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ମୁଣ୍ଡବିନ୍ଧାର ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଫିସ୍‌ ହେଉ କିମ୍ୱା ଘରେ ଅନେକ ସମୟରେ ଆପଣ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି। ଏହି ମୁଣ୍ଡବିନ୍ଧା ମାଇଗ୍ରେନ୍‌ ସମସ୍ୟା କିମ୍ୱା ଗ୍ୟାସ୍‌ ଯୋଗୁ ହୋଇଥାଇପାରେ। ତେବେ ଡିପ୍ରେସନ୍‌, ବ୍ଲଡ୍‌ ପ୍ରେସର୍‌, ଜ୍ୱର ଯୋଗୁ ମଧ୍ୟ ମୁଣ୍ଡ ବିନ୍ଧିବା ପରି ସମସ୍ୟା ଦେଖା ଦେଇଥାଏ। ଏହାର ଉପଚାର ପାଇଁ ପ୍ରାୟ ସମସ୍ତେ ଅନେକ ପ୍ରକାର ମେଡିସିନ୍ ନେଇଥାନ୍ତି ।

କିନ୍ତୁ ଏହି ମେଡିସିନ୍‌ର ଅନେକ ସାଇଡ୍ ଇଫେକ୍ଟ ରହିଛି । ଯାହା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ପ୍ରତିକୂଳ ପ୍ରଭାବ ପକାଇବ। ଏଣୁ ଘରୋଇ ଉପଚାର ମାଧ୍ୟମରେ ଆପଣ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇପାରିବେ।ଆପଣ ହୁଏତ ଜାଣି ନ ଥିବେ ଯେ,ଏଭଳି କିଛି ହେଲଥ୍‌ ଡ୍ରିଙ୍କସ୍ ରହିଛି, ଯାହାକି ମୁଣ୍ଡବିନ୍ଧା ଶୀଘ୍ର ଦୂର କରିପାରିବ ଯାହାର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ । ଆପଣ ଏହି ହେଲଥ୍‌ ଡ୍ରିଙ୍କସ୍‌ଙ୍କୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଏହି ହେଲଥ୍‌ ଡ୍ରିଙ୍କସ୍‌।

ବାଦାମ ଓ କ୍ଷୀର
ବାଦାମରେ ଭରପୂର ମାତ୍ରାରେ ମ୍ୟାଗ୍ନେସିୟମ୍ ରହିଛି, ଯାହାକି ମାଇଗ୍ରେନ୍ ଜନିତ ମୁଣ୍ଡବିନ୍ଧା ଦୂର କରିବାରେ ସକ୍ଷମ। ତେଣୁ ଆପଣ ଫ୍ରିଜ୍‌ରେ ଥିବା ଥଣ୍ଡା କ୍ଷୀରରେ କଞ୍ଚା ବାଦାମ୍ ଗୁଣ୍ଡ ପକାଇ ପିଅନ୍ତୁ ।
ଗରମ ପାଣି ଓ ଲେମ୍ବୁ
ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ। ଏହା ପ୍ରାକୃତିକ ଭାବରେ ମୁଣ୍ଡବିନ୍ଧା ପାଇଁ କାମ କରିଥାଏ। ଏହା ଦ୍ୱାରା ଖୁବ୍ ଶୀଘ୍ର ମୁଣ୍ଡବିନ୍ଧା କମ୍ ହୋଇଥାଏ।
ଅଦା ଚାହା
ଅଦାରେ ଆଣ୍ଟି ଇନ୍‌ଫ୍ଲାମେଣ୍ଟୋରୀ ଗୁଣ ରହିଛି। ଏହା ଫଳରେ ମସ୍ତିଷ୍କକୁ ବ୍ଲଡ୍ ସର୍କୁଲେସନ୍ ଠିକ୍ ହୁଏ । ତେଣୁ ମୁଣ୍ଡ ବିନ୍ଧୁଥିଲେ, ଅଦା ଚାହା ପିଇବା ଦ୍ୱାରା ଆରାମ ମିଳିଥାଏ।



from Odisha Reporter http://bit.ly/2SCSRJh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages