ବିଦାୟୀ ଭାଷଣରେ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ବିଦାୟୀ ଭାଷଣରେ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ: ଆଗାମୀ ନୂଆ ସରକାର ଗଠନ ପୂର୍ବରୁ ଆଜି ୧୬ତମ ଲୋକସଭାରେ ଶେଷଥର ପାଇଁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଶେଷ ଉଦ୍‌ବୋଧନରେ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମନଇଚ୍ଛା ସମାଲୋଚନା କରିବା ସହ ପୁଣିଥରେ ଦେଶରେ ଏନ୍‌ଡିଏ ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଏଥିସହ ସେ ହାଲୁକା ଫୁଲକା ଢଙ୍ଗରେ ବିରୋଧଙ୍କୁ ନେଇ ହସକଥା ମଧ୍ୟ କହିଛନ୍ତି। ମୋଦି ତାଙ୍କ ତାଙ୍କ ଭାଷଣରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ପ୍ରଶଂସା କରିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀ ମୋଦି ଆଜି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ବିଶେଷ ଭାବେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଶ୍ରୀ ମୋଦି କହିଛନ୍ତି, “୨୦୧୪ରେ ମୁଁ ପ୍ରଥମଥର ସଂସଦକୁ ଆସିଥିଲି। ମୁଁ ଏଠାରେ ବିଲକୁଲ ନୂଆ ଥିଲି। ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମଥର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ କୌଣସି ରାଜନୀତିକ ଦଳ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ସେହିପରି ୨୦୧୪ରେ ୮ଟି କ୍ଷେତ୍ରରେ ଶତ ପ୍ରତିଶତରୁ ଅଧିକ କାମ ହେଇଛି। ୧୬ତମ ଲୋକସଭାରେ ସବୁଠାରୁ ଅଧିକ ମହିଳା ନିର୍ବାଚିତ ହୋଇଥିବା ଏକ ଗର୍ବର ବିଷୟ। ଦେଶରେ ପ୍ରଥମଥର ପାଇଁ ଏହି ସରକାରରେ ମହିଳାମାନେ ଅଧିକ ମନ୍ତ୍ରୀ ପଦରେ ରହିଛନ୍ତି।”

ଶ୍ରୀ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି, “ଆମେ କେବେ କେବେ ଶୁଣିବାକୁ ପାଇଥିଲୁ ଯେ ଭୂକମ୍ପ ଆସିବ। କିନ୍ତୁ ୫ ବର୍ଷ ମଧ୍ୟରେ କେବେ ଭୂକମ୍ପ ଆସିନାହିଁ। କେତେ କେତେ ବଡ଼ ବଡ଼ ଲୋକ ବିମାନ ଉଡ଼ାଇଲେ କିନ୍ତୁ ଲୋକତନ୍ତ୍ରର ଶକ୍ତି ପାଇଁ କୌଣସି ଭୂକମ୍ପ ଆସିଲା ନାହିଁ କିମ୍ବା ବିମାନ ଯେଉଁ ଉଚ୍ଚତାରେ ପହଞ୍ଚିବା କଥା ସେଠାରେ ପହଞ୍ଚିଲା ନାହିଁ। ମୁଁ ଏଠାରେ ପ୍ରଥମଥର ଆସି ବହୁତ କିଛି ଶିଖିଲି। ଶ୍ରଦ୍ଧାରେ କୁଣ୍ଢାଇବା ଓ ଉପରେ ପଡ଼ି ଆଲିଙ୍ଗନ କରିବା ମଧ୍ୟରେ ଥିବା ପ୍ରାର୍ଥକ୍ୟ ବୁଝିପାରିଲି। ସଂସଦରେ କେମିତି ଆଖି ମିଟିକା ମରାଯାଏ, ସେକଥା ମଧ୍ୟ ଶିଖିଲି।

ଲୋକସଭାର ଅଧିକାଂଶ ଅଧିବେଶନ ଠିକ୍‌ ଭାବେ ଚାଲିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଏମ୍‌ ଭେଙ୍କିୟା ନାଇଡୁ ଓ ଦିବଂଗତ ଅନନ୍ତ କୁମାର ଯେଉଁ କାମ କରିଥିଲେ ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଲୋକସଭାର ୮ଟି ଅଧିବେଶନରେ ଶତପ୍ରତିଶତ କାମ ହୋଇଛି। ”

ଶେଷରା ମୋଦି ନିଜ ସରକାରର ପ୍ରଶଂସା ମଧ୍ୟ କରିଥିଲେ।



from Odisha Reporter http://bit.ly/2SUgy05

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages