ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଉଦ୍ଧାର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନରେ ବିକ୍ରି ହୋଇଥିବା ଜଣେ ଓଡ଼ିଆ ନାବାଳିକାଙ୍କୁ ରାଜସ୍ଥାନ ପୁଲିସ ସହାୟତାରେ ସମ୍ବଲପୁର ପୁଲିସ୍‌। ଗତ ୮ ତାରିଖରେ ସୋନପୁର ତରଭା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରି ଦେଇଥିଲେ ବୋଲି ନାବାଳିକା ଜଣଙ୍କ ପୁଲିସ୍‌କୁ କହିଛନ୍ତି।

କୌଶଳ କ୍ରମେ ନାବାଳିକା ଜଣଙ୍କ ଖସି ଆସି ରାଜସ୍ଥାନ କିରବା ପୁଲିସକୁ ଘଟଣା ସ୍ଥମ୍ପର୍କରେ ଜଣାଇଥିଲେ।

ଏପଟେ ନାବାଳିକା ନିଖୋଜ ହୋଇଥିବାନେଇ ତାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଧମା ଥାନାରେ ଏତଲା ଦିଆଯାଇଥିଲା। ପରେ ପରିବାର ଲୋକେ ସମ୍ବଲପୁର ଏସପିଙ୍କୁ ଗୁହାରୀ ପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ହେଉଥିଲା।

ଏ ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ରହିଥିବା ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା କହିଛନ୍ତି।



from Odisha Reporter http://bit.ly/2N4zJie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages