
ମୁମ୍ବାଇ: ଗତ କିଛିଦିନ ପୂର୍ବରୁ ଟିଭିର ଲୋକପ୍ରିୟ ଷ୍ଟାର୍ ରିଦ୍ଧି ଡଗୋରା ଓ ରାକେଶ ବାପଟ ଅଲଗା ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ତେବେ ଦୁହିଁଙ୍କ ଅଲଗା ହେବା କଥା ଏବେ ସ୍ପଷ୍ଟ ହୋଇଛି। ଦୀର୍ଘ ୭ ବର୍ଷ ଏକାଠି ରହିବା ପରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ପୂର୍ବରୁ ଦୁହେଁ ଏହାକୁ ମିଛ ବୋଲି କହୁଥିଲେ ଓ ଏହାକୁ ନିଜର ବ୍ୟକ୍ତିଗତ ବ୍ୟାପାର କହି ଗୋପନୀୟ ରଖିବାକୁ ଚେଷ୍ଟା କରୁଥିଲେ।
କିନ୍ତୁ ଗତକାଲି ସେମାନେ ଏହି ବାହାଘର ଭାଙ୍ଗିବା ଖବରକୁ କନ୍ଫର୍ମ କରିଛନ୍ତି। ଆଉ କିଛି ବ୍ୟକ୍ତିଗତ କାରଣ ଯୋଗୁ ପରସ୍ପରଠୁ ଅଲଗା ହୋଇଥିବା କଥା କହିଛନ୍ତି।
ରିଦ୍ଧି ଏକ ପୋଷ୍ଟରେ ଲେଖିଛନ୍ତି,‘‘ହଁ ଆମେ ଅଲଗା ରହୁଛୁ । ଏହି ନିଷ୍ପତ୍ତି ଆମ ପରିବାରକୁ ଦୃଷ୍ଟିରେ ରଖି ନେଇଛୁ। ଆମେ ଦୁହେଁ ଏବେ ବେଷ୍ଟ୍ ଫ୍ରେଣ୍ଡ୍ ସ୍ୱାମୀସ୍ତ୍ରୀ ନୁହେଁ। କିନ୍ତୁ ଆମ ବନ୍ଧୁତା ସେମିତି ରହିବ ଯେମିତି ଆଗରୁ ଥିଲା। ଆମକୁ ଖୁସି ମିଳିବ, ଯଦି ଏହି ଘଟଣା ସହ ଜଡ଼ିତ କିଛି ଗୁଜବ ନ ଉଠିବ। ସେ ସବୁ ଲୋକଙ୍କୁ ଧନ୍ୟବାଦ ଯିଏ ଆମକୁ ଖୁବ୍ ଭଲ ପାଇବା ଦେଇଛନ୍ତି।’’
ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା ସମୟରେ ରାକେଶ କହିଛନ୍ତି, ‘‘ମୁଁ ଆଉ ରିଦ୍ଧି ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଏହି ଅଲଗା ହେବାର କୌଣସି କାରଣ ନାହିଁ। କେବେ କେବେ କୌଣସି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରେନାହିଁ। ଆମେ ଆଜି ପରସ୍ପରକୁ ଭଲ ପାଉଛୁ। କେବଳ ଫରକ ଏତିକି ଯେ ଏବେ ପ୍ରେମର ପରିଭାଷା ବଦଳି ଯାଇଛି।’’
ରିପୋର୍ଟ ମୁତାବକ ଦୁହେଁ ଅନେକ ଦିନରୁ ଅଲଗା ରହୁଛନ୍ତି। ତାଙ୍କର କିଛି କମନ୍ ଫ୍ରେଣ୍ଡ୍ସଙ୍କୁ ଏହି ଖିଟ୍ପିଟ୍ ବିଷୟରେ ଜଣାଥିଲା। ସେମାନେ ନିଜ ତରଫରୁ ଏହି ବାହାଘରକୁ ସୁଧାରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ସେମାନେ ସେଥିରେ ସଫଳ ହୋଇପାରି ନ ଥିଲେ।
ସୂଚନାଯୋଗ୍ୟ ଯେ, ରିଦ୍ଧି ଓ ରାକେଶଙ୍କ ପ୍ରଥମ ସାକ୍ଷାତ ‘‘ମର୍ୟାଦା’’ର ସେଟ୍ରେ ହୋଇଥିଲା। ଖୁବ୍ ଶୀଘ୍ର ଦୁହେଁ ବନ୍ଧୁ ହୋଇଯାଇଥିଲେ। ପରେ ଦୁହେଁ କିଛି ବର୍ଷ ରିଲେସନ୍ସିପ୍ରେ ରହିବା ପରେ ୨୯ ମେ ୨୦୧୧ରେ ବିବାହ କରିଥିଲେ। ଦୁହେଁ ଯଦି ପରସ୍ପରଠୁ ଅଲଗା ହୋଇ ନ ଥାନ୍ତେ ତେବେ ସେମାନେ ଏଥର ତାଙ୍କର ୮ମ ବିବାହ ବାର୍ଷିକୀ ପାଳନ କରିଥାନ୍ତେ।
from Odisha Reporter http://bit.ly/2SkVEaS
No comments:
Post a Comment