
ଅକଲ୍ୟାଣ୍ଡ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ହାଇଡ୍ରାମା ଦେଖିବାକୁ ମିଳିଛି। ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବେଳେ ମଧ୍ୟକ୍ରମ ବ୍ୟାଟସ୍ମ୍ୟାନ୍ ଡାରିଲ ମିଚେଲଙ୍କ ଆଉଟ୍କୁ ନେଇ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା।
ମ୍ୟାଚ୍ର ୬ଷ୍ଠ ଓଭର୍ରେ କୃନାଲ୍ ପାଣ୍ଡ୍ୟାଙ୍କ ବଲ୍ରେ ମିଚେଲ ଏଲବିଡବ୍ଲ୍ୟୁ ହୋଇଥିଲେ। ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ୍ ମଧ୍ୟ ଦେଇଥିଲେ। କିନ୍ତୁ ଏହାକୁ ଡାରିଲ ମିଚେଲ ନଟ୍ ଆଉଟ୍ ବୋଲି ଭାବିବା ସହ ଡିଆର୍ଏସ୍ର ସହାୟତା ନେଇଥିଲେ।
ଡିଆର୍ଏସ୍ ବେଳେ ହଟସ୍ପଟ୍ରୁ ବଲ୍ଟି ତାଙ୍କ ବ୍ୟାଟ୍ରେ ମାଡ଼ ହୋଇ ପ୍ୟାଡ୍ରେ ବାଜିଥିବା ଜଣାପଡ଼ିଥିଲା। ରିପ୍ଲେରେ ବଲ୍ଟି ମିଚେଲଙ୍କ ବ୍ୟାଟ୍ରେ ମାଡ଼ ହୋଇଥିବା ଜଣାପଡ଼ିବାରେ ଇଡେନ୍ ପାର୍କ ପଡ଼ିଆରେ ଥିବା କିୱି ଫ୍ୟାନ୍ମାନେ ଖୁସିରେ ଚିତ୍କାର କରିଥିଲେ।
ତେବେ ତୃତୀୟ ଅମ୍ପାୟାର ବଲ୍ ଟ୍ରାକିଂକୁ ଦେଖିବା ସହ ମିଚେଲ୍ଙ୍କୁ ଏଲ୍ବିଡବ୍ଲ୍ୟୁ କରାଇ ଦେଇଥିଲେ। ଖାଲି ସେତିକି ନୁହେଁ, ନ୍ୟୁଜିଲ୍ୟାଣ୍ଡ ତା’ର ଏକମାତ୍ର ରିଭ୍ୟୁ ମଧ୍ୟ ହରାଇଥିଲା।
ଏହି ନିଷ୍ପତ୍ତି ପରେ କେବଳ ମିଚେଲ୍ ବା ତାଙ୍କ ସହ ବ୍ୟାଟିଂ କରୁଥିବା ଅଧିନାୟକ କେନ୍ ୱିଲିମସନ୍ ଆଶ୍ଚର୍ଯ୍ୟ ହୋଇନଥିଲେ ବରଂ ଦୁଇ ଜଣ ଫିଲ୍ଡ ଅମ୍ପାୟାର ମଧ୍ୟ ଏହି ନିଷ୍ପତ୍ତି ପରେ ପରସ୍ପର ସହ ଆଲୋଚନା କରିଥିଲେ। ରୋହିତ ଶର୍ମା ମଧ୍ୟ ଅମ୍ପାୟାରଙ୍କ ସହ ଏହି ଘଟଣାକୁ ନେଇ ଆଲୋଚନା କରିଥିଲେ। କିନ୍ତୁ ତୃତୀୟ ଅମ୍ପାୟାର ମିଚେଲଙ୍କୁ ଆଉଟ୍ ଦେଇଥିବାରୁ ସେ ପ୍ୟାଭିଲିୟନ ଫେରିଥିଲେ।
ଏଭଳି ନିଷ୍ପତ୍ତିକୁ କ୍ରିକେଟ୍ ବିଶେଷଜ୍ଞ ହର୍ଷ ଭୋଗଲେ ତୀବ୍ର ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ତୃତୀୟ ଅମ୍ପାୟାର ହଟ୍ସ୍ପଟ ବଦଳରେ ସ୍ନିକୋ ମିଟରର ବ୍ୟବହାର କରିବାର ଥିଲା। ସ୍ନିକୋ ମିଟରରେ ଉଭୟ ଅଡିଓ ଏବଂ ଭିଡିଓର ସୁବିଧା ରହିଛି।
ଦେଖନ୍ତୁ ଭିଡିଓ
— Dhoni Fan (@WastingBalls) February 8, 2019
from Odisha Reporter http://bit.ly/2DfAAIc
No comments:
Post a Comment