
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍ କରିବା ପରେ ଏବେ ପାକିସ୍ତାନ ଚିହିଁକି ଉଠିଛି। ଆତଙ୍କବାଦୀଙ୍କ ସପକ୍ଷରେ ଓକିଲାତି କରି ପାକିସ୍ତାନ ଭାରତକୁ ଉସ୍କାଇବାକୁ ଚେଷ୍ଟା ଆରମ୍ଭ କରିଛି। ଏହାକୁ ନେଇ ଏବେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତର ଭାରତର ୯ଟି ବିମାନବନ୍ଦରରେ ସେବାକୁ ଜରୁରୀ କାଳିନୀ ଭିତ୍ତିରେ ବନ୍ଦ କରି ଦିଆଯାଇଛି।
ସେହି ୯ ବିମାନବନ୍ଦର ହେଉଛି, ଶ୍ରୀନଗର, ଜମ୍ମୁ, ଲେହ, ପଠାନକୋଟ୍, ଅମ୍ରିତସର, ଶିମଲା, କଙ୍ଗ୍ରା, କୁଲ୍ଲୁ, ମନାଲି ଓ ପିଥୋରଗଡ଼। ଏହି ବିମାନବନ୍ଦରଗୁଡ଼ିକରୁ ଲୋକଙ୍କୁ ଖାଲି କରାଯିବା ସହ ଏଠାରୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ ହେବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। କେବଳ ଏବେ ଏହି ବିମାନବନ୍ଦର ଗୁଡ଼ିକରୁ ସୁରକ୍ଷାକର୍ମୀଙ୍କ ବିମାନ ଓ ଯୁଦ୍ଧ ବିମାନ ଉଡ଼ାଣ କରିପାରିବ।
ଜରୁରୀ ପରିସ୍ଥିତି ପାଇଁ ଏଭଳି ବିମାନବନ୍ଦର ଗୁଡ଼ିକରେ ଯାତ୍ରୀବାହୀ ବିମାନ ସେବାକୁ ବନ୍ଦ କରାଯାଇଥିବା ଶ୍ରୀନଗରର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଜରୁରୀ ପରିସ୍ଥିତି କେଉଁଥି ପାଇଁ ସେକଥା କହିନାହାନ୍ତି।
ଚଣ୍ଡିଗଡ଼, ପଠାନକୋଟ, ହାଲୱାରା ବିମାନବନ୍ଦରକୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି। ପଞ୍ଜାବର ୬ଟି ସୀମାବର୍ତ୍ତୀ ଜିଲ୍ଲାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଉରି ସେକ୍ଟରରେ ମଧ୍ୟ ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।
from Odisha Reporter https://ift.tt/2U5CYIV
No comments:
Post a Comment