ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଛି ପାକିସ୍ତାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଛି ପାକିସ୍ତାନ!

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିସୋନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି, “ଆଜି ପାକିସ୍ତାନ ବାୟୁସେନା ପକ୍ଷରୁ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରାଯାଇଥିଲା। ଏହାର ଦୃଢ଼ ଜବାବ ମିଗ-୨୧ ଦ୍ୱାରା ଦିଆଯାଇଥିଲା। ମିଗ୍‌-୨୧ର ଆକ୍ରମଣରେ ପାକିସ୍ତାନର ଏକ ଜେଟ୍‌ ନଷ୍ଟ ହୋଇଥିଲା। ଏହା ପାକ୍‌ ସୀମାର ଲାମ ଉପତ୍ୟକାରେ ଖସି ପଡ଼ିଥିବା ଦେଖିବାକୁ ମିଳିଛି।

ତେବେ ଦୁର୍ଭାଗ୍ୟବଶତଃ ଆମର ମଧ୍ୟ ଏକ ମିଗ୍‌ ବିମାନ ନଷ୍ଟ ହୋଇଥିଲା। ଏହି ବିମାନରେ ଥିବା ପାଲଟ୍‌ ଜଣଙ୍କ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ପାକିସ୍ତାନ ଗିରଫ କରିଥିବା ଦାବି କରୁଛି। ହେଲେ ଆମେ ବର୍ତ୍ତମାନ ଏହାର ତଦନ୍ତ କରୁଛୁ।”

ଅନ୍ୟପକ୍ଷରେ ପାକିସ୍ତାନ କହିଛି ଯେ ଆଜି ଆମେ ଭାରତୀୟ ବାୟୁ ସେନାର ଦୁଇଟି ବିମାନକୁ ଖସାଇ ଦେଇଥିବା ବେଳେ ୨ ଜଣ ପାଇଲଟଙ୍କୁ ଗିରଫ କରିଛୁ। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ୱିଙ୍ଗ କମାଣ୍ଡର ଅଭିନନ୍ଦନ।

ପାକିସ୍ତାନ ସେନା ଜାରି କରିଥିବା ଭିଡିଓରେ ଥିବା ବ୍ୟକ୍ତିଙ୍କ ଆଖିରେ କଳା ପଟି ବନ୍ଧା ଯାଇଛି। ତେବେ ସେ ଏହି ଭିଡିଓରେ ମୋ ନାଁ ୱିଙ୍ଗ କମାଣ୍ଡର ଅଭିନନ୍ଦନ। ମୋ ସର୍ଭିସ ନମ୍ବର ହେଉଛି ୨୭୯୮୧। ମୁଁ ଜଣେ ପାଇଲଟ୍‌। ମୋ ଧର୍ମ ହେଉଛି ହିନ୍ଦୁ। ଏଥିରେ ବ୍ୟକ୍ତି ଜଣଙ୍କ କ୍ଷମା ମାଗୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2NuNw1O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages