ଦିଶା ପଟାନୀଙ୍କୁ ରିପ୍ଲେସ୍‌ କଲେ ଶ୍ରଦ୍ଧା କପୁର: ଜାଣନ୍ତୁ କେଉଁ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଦିଶା ପଟାନୀଙ୍କୁ ରିପ୍ଲେସ୍‌ କଲେ ଶ୍ରଦ୍ଧା କପୁର: ଜାଣନ୍ତୁ କେଉଁ ଫିଲ୍ମ

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  ଟାଇଗର୍‌ ଶ୍ରଫ୍‌ଙ୍କ ହିଟ୍‌ ସିରିଜ୍‌ ‘ବାଗୀ’ରେ ସର୍ବ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଇଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ହେଲେ ଯେବେ ଫିଲ୍ମର ଦ୍ୱିତୀୟ ସିକ୍ୱେଲ୍‌ରେ ସୁଟିଂ ଆରମ୍ଭ ହେଲା ସେତେବେଳେ ଶ୍ରଦ୍ଧାଙ୍କୁ ରିପ୍ଲେସ୍‌ କରିଥିଲେ ଟାଇଗର୍‌ଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟାନୀ। ଆଉ ଏବେ ଫିଲ୍ମର ତୃତୀୟ ପାର୍ଟ ଆରମ୍ଭ ହେବାକୁ ଯାଉଛି।

ଏବେ ଫିଲ୍ମର ହିରୋଇନ୍‌କୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ ତୃତୀୟ ପାର୍ଟରେ ଦିଶାଙ୍କୁ ଶ୍ରଦ୍ଧା ରିପ୍ଲେସ୍‌ କରିଦେଇଛନ୍ତି। ବାଗୀ-୩ରେ ଟାଇଗରଙ୍କ ସହ ପୁଣିଥରେ ଶ୍ରଦ୍ଧା କପୁର ନଜର ଆସିବେ। ଦୁହିଁଙ୍କ ଯୋଡ଼ିକୁ ଫିଲ୍ମର ପ୍ରଥମ ପାର୍ଟରେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହାକୁ ନେଇ ଶ୍ରଦ୍ଧା କହିଛନ୍ତି, ‘ପୁଣିଥରେ ପରିବାରକୁ ଫେରି ମୁଁ ବହୁତ ଖୁସି, ସାଜିଦ୍‌ ସାର୍‌ଙ୍କ ସହ ଏହା ମୋର ୩ୟ ଫିଲ୍ମ, ଟାଇଗର୍‌ଙ୍କ ସହ ୨ୟ । ଏହା ଏକ ବହୁତ ଭଲ କାହାଣୀ’।

‘ବାଗୀ’ ଫିଲ୍ମର ପ୍ରଥମ ସଂସ୍କରଣ ୨୦୧୬ର ରିଲିଜ୍‌ ହୋଇଥିଲା। ୩୭ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଫିଲ୍ମ ବକ୍ସ ଅଫିସ୍‌ରେ ପାଖାପାଖି ୧୩୭ କୋଟି ଟଙ୍କା ଆୟ କରିଥିଲା। ଏହାପରେ ୨୦୧୮ରେ ‘ବାଗୀ-୨’ ରିଲିଜ୍‌ ହୋଇଥିଲା। ତେବେ ଏହା ମଧ୍ୟ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ହୋଇଥିଲା। ୫୯ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ୨୫୩ କୋଟି ଟଙ୍କା ଆୟ କରି ରେକର୍ଡ଼ ସୃଷ୍ଟି କରିଥିଲା। ଫିଲ୍ମର ୨ଟି ଯାକ ପାର୍ଟ ହିଟ୍‌ ହୋଇଥିବାରୁ ଏବେ ୩ୟ ପାର୍ଟଟି ମଧ୍ୟ ସୁପରହିଟ୍‌ ହେବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।



from Odisha Reporter http://bit.ly/2DxmMct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages