ମମତା ଓ ନବୀନଙ୍କ ପରେ ଏବେ ଯୋଗୀଙ୍କ ବିମାନ ଅଟକା ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମମତା ଓ ନବୀନଙ୍କ ପରେ ଏବେ ଯୋଗୀଙ୍କ ବିମାନ ଅଟକା ରାଜନୀତି

ଲକ୍ଷ୍ନୌ: ଲକ୍ଷ୍ନୌରୁ ପ୍ରୟାଗରାଜ ଯିବା ପାଇଁ ଲକ୍ଷ୍ନୌ ବିମାନବନ୍ଦର ପହଞ୍ଚିଥିବା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଅଟକାଯାଇଥିବା ଅଭିଯୋଗ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ବର୍ଷିବା ସହିତ କହିଛନ୍ତି, ଏହି ସରକାର ‘ରୋକୋ ଠୋକୋ’ ନୀତିରେ ବିଶ୍ୱାସ କରେ। ପୂର୍ବରୁ ପଶ୍ଚିମବଙ୍ଗରେ ଯୋଗୀଙ୍କ ହେଲିକପ୍ଟର ଅବତରଣ କରିବାକୁ ଅନୁମତି ଦିଆଯାଇନଥିବାବେଳେ ଓଡ଼ିଶାରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ିବାକୁ ଦେଇନଥିଲେ।

ଯାଦବ ଏହି ଅବସରରେ କହିଛନ୍ତି, ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାରୁ ତାଙ୍କୁ ଅଟକାଯାଇଛି। ଏହି କାର୍ଯ୍ୟକ୍ରମ ବାବଦରେ ସେ ଡିସେମ୍ବର ୨୭ରେ ତଥ୍ୟ ଦେଇଥିଲେ ଏବଂ ଚଳିତ ମାସ ୨ ତାରିଖରେ ମଧ୍ୟ କାର୍ଯ୍ୟସୂଚୀ ବାବଦରେ ସ୍ପଷ୍ଟ ଜଣାଇଥିଲେ। କୁମ୍ଭମେଳା ଚାଲିଥିବାରୁ ପ୍ରଶାସନିକ ସୁବିଧା ପାଇଁ ସେ ଆଗୁଆ ସୂଚନା ଦେଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ‘ରୋକୋ ଠୋକୋ’ ନୀତିରେ ବିଶ୍ୱାସ କରୁଥିବା ଏହି ସରକାର ମୋତେ ବିମାନରେ ଚଢ଼ିବାରୁ ରୋକିଛନ୍ତି। ଏହି ସରକାର ଛାତ୍ରମାନଙ୍କୁ ଡରୁଛନ୍ତି। ଏହା ପୂର୍ବରୁ ସେ ଟ୍ୱିଟ୍‌ କରି କହିଥିଲେ, “ବିନା କୌଣସି ଲିଖିତ ନିର୍ଦ୍ଦେଶରେ ମୋତେ ବିମାନକୁ ଯିବାକୁ ଦିଆଯାଉନି। ବର୍ତ୍ତମାନ ମୋତେ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଛି।”

ଅନ୍ୟପକ୍ଷରେ ସରକାରଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଖିଲେଶଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ହଙ୍ଗାମା କରୁଥିବା ଜଣାଯାଇଛି। ଏହାକୁ ଦମନ କରିବାପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା।



from Odisha Reporter http://bit.ly/2SqMVnF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages