ଆଦିବାସୀ ଭୋଟ୍‌ବ୍ୟାଙ୍କ ଉପରେ ନବୀନଙ୍କ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଆଦିବାସୀ ଭୋଟ୍‌ବ୍ୟାଙ୍କ ଉପରେ ନବୀନଙ୍କ ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ବିରୋଧୀ ହାୱା ବଢ଼ୁଥିବା ବେଳେ ଏବେ ବିଜେଡି ମୁଖିଆ ଆଦିବାସୀ ଭୋଟ୍‌ବ୍ୟାଙ୍କ ଉପରେ ନଜର ପକାଇଛନ୍ତି। ମହିଳା କାର୍ଡ ଖେଳିବା ପରେ ଏବେ ଆଦିବାସୀଙ୍କୁ ସନ୍ତୁଷ୍ଟ କରୁଛି ଦଳ। ରାଜ୍ୟରେ ଆଦିବାସୀଙ୍କ ଲାଗି ସଂରକ୍ଷିତ ୩୩ଟି ନିର୍ବାଚନ ମଣ୍ଡଳୀରେ ଦଳର ପ୍ରଭାବ ବିସ୍ତାର ପାଇଁ ନବୀନ ଇମୋସନାଲ୍‌ କାର୍ଡ ଖେଳିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଦିବାସୀଙ୍କ ପୂଜାସ୍ଥଳୀ, ଜନଜାତି ସଂସ୍କୃତି କ୍ଲବ୍ ଓ ସାପ୍ତାହିକ ହାଟ ଉଦ୍‌ଘାଟନ କରିଛନ୍ତି।

ତେବେ ୧୯ ବର୍ଷ ପର୍ଯ୍ୟନ୍ତ ଆଦିବାସୀଙ୍କ କଥା ମନେ ପକାଇ ନଥିବା ନବୀନଙ୍କ ଏହା  ଭୋଟ୍ ହାତେଇବା ପାଇଁ ପ୍ରୟାସ ବୋଲି କହି ବିରୋଧୀ କଂଗ୍ରେସ୍ ଓ ବିଜେପି କଡ଼ା ସମାଲୋଚନା କରିଛନ୍ତି।

ମହିଳା, ଚାଷୀ ଓ ଯୁବକଙ୍କ ପରେ ନବୀନଙ୍କ ଆଖି ଏବେ ଜନଜାତିଙ୍କ ଭୋଟ୍ ଉପରେ। ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ କରୁଛି ବିଜେଡି। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ ନବୀନ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ଜିଲ୍ଲାର ୩ ହଜାର ପବିତ୍ର ପୂଜାସ୍ଥଳୀ, ୪ଶହ ଜନଜାତି ସଂସ୍କୃତି କ୍ଲବ ଓ ସାପ୍ତାହିକ ହାଟ ଉଦ୍‌ଘାଟନ କରିଥିଲେ। ଏଥିସହିତ ୨୫ ହଜାର ଜନଜାତି କଳାକାରଙ୍କୁ ଆର୍ଟିଜାନ୍ କାର୍ଡ ଦିଆଯାଇଛି।

ନିର୍ବାଚନରେ ଆଦିବାସୀ ଭୋଟ୍ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଥିବାରୁ ବିଜେଡି ସରକାର ଏହାକୁ ବେଶ୍ ଗୁରୁତ୍ୱ ଦେଉଛି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, “ଆଦିବାସୀ ଭାଷାର କିପରି ସୁରକ୍ଷା ହୋଇପାରିବ, ସଂସ୍କୃତି କ୍ଲବ ଗଠନ ଓ ପାରମ୍ପରିକ ହାଟର ଉନ୍ନତି କିପରି ହୋଇପାରିବ ତାହା ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।”

ସେପଟେ ନବୀନଙ୍କ ଏହି କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି।  ଭୋଟ ହାତେଇବା ପାଇଁ ୧୯ ବର୍ଷ ପରେ ଆଦିବାସୀଙ୍କ କଥା ମନେ ପଡ଼ିଲା ବୋଲି କଂଗ୍ରେସ କହିଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, “ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କ ପାଇଁ ତାଙ୍କ ଅନ୍ତର କାନ୍ଦୁ ନଥିଲା। ଭୋଟ ଆଉ ଦେଢ଼ମାସ କି ଦୁଇମାସ ଅଛି, ତାଙ୍କ ଅନ୍ତର କାନ୍ଦୁଛି। ପବନରେ ଗାର ପକେଇଲେ ଯାହା ହୁଏ, ଆଦିବାସୀଙ୍କ ପାଇଁ ମିଟିଂ କରି ଯାହା କରୁଛନ୍ତି ସେୟା ହେବ।”

ସେହିପରି ବିଜେପି କହିଛି, ନିର୍ବାଚନ ଥିବାରୁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ବେଆଇନ ବୋଲି ଅଭିଯୋଗ କରି ବିଜେପି ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଯେଉଁ ଲୋକ ପେଟକୁ ଖାଇବାକୁ ପାଉନି। ରହିବାକୁ ଛାତ ନାହିଁ, ତାକୁ ବାଜା ଓ  ପୋଷାକ ଦେଇ କ’ଣ କହିବାକୁ ଚାହୁଁଛନ୍ତି ? କେବଳ ଭୋଟ ହାତେଇବାକୁ ଏହା ଏକ ଉଦ୍ୟମ।”

୧୯ ନିର୍ବାଚନ ପାଇଁ କୌଣସି ସୁଯୋଗ ଛାଡ଼ିବାକୁ ଚାହୁଁନାହିଁ ବିଜେଡି। ତେବେ ନିର୍ବାଚନ ଘୋଷଣା ପୂର୍ବରୁ ଜୋର୍ ଧରିଥିବା ଉଦ୍‌ଘାଟନ, ଶିଳାନ୍ୟାସ ପର୍ବ ଲୋକଙ୍କୁ କେତେ ପ୍ରଭାବିତ କରିପାରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।



from Odisha Reporter https://ift.tt/2tGheaS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages