
ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପରେ ହମ୍ଲା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଏହି ଆକ୍ରମଣ ପରେ ପାକିସ୍ତାନ ଭାରତୀୟ ଫିଲ୍ମକୁ ରିଲିଜ୍ କରିବା ଉପରେ ବ୍ୟାନ୍ ଲଗାଇଛି।
ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ହୁସେନ କହିଛନ୍ତି, ସିନେମା ଏକ୍ଜିବିଟର ଆସୋସିଏସନ୍ ଭାରତୀୟ କଣ୍ଟେଣ୍ଟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଯଦ୍ଦ୍ୱାରା ପାକିସ୍ତାନରେ ଏବେ କୌଣସି ଭାରତୀୟ ଫିଲ୍ମ ରିଲିଜ୍ ହେବ ନାହିଁ। ଏହାବ୍ୟତୀତ ଭାରତରେ ପ୍ରସ୍ତୁତ ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦିଆଯାଇଛି।
from Odisha Reporter https://ift.tt/2GZIlWt
No comments:
Post a Comment