ଶ୍ରୀମନ୍ଦିରରେ ସଂସ୍କାର ଚିନ୍ତା: ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଶ୍ରୀମନ୍ଦିରରେ ସଂସ୍କାର ଚିନ୍ତା: ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ 

ପୁରୀ (ଓଡ଼ିଶା ରିପୋର୍ଟର): କ୍ରମାଗତ ବାଦବିବାଦ ଭିତରେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ଆଜି ପୁରୀ ଗୋବର୍ଦ୍ଧନ ପୀଠରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଧାର୍ମିକ, ପ୍ରଶାସନିକ ଏବଂ ସେବକ ବ୍ୟବସ୍ଥାରେ କେମିତି ସୁଧାର ଅଣାଯାଇପାରିବ, ତାକୁ ଫୋକସରେ ରଖି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରାଯାଇଛି।

ପ୍ରତି ୩ ମାସରେ ଥରେ ନିରନ୍ତର ଭାବେ ବୈଠକ କରି ଆଲୋଚନା କରିବାକୁ ଆଜି ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ଆସନ୍ତା ୨୨ରେ ଆମିକସ କ୍ୟୁରୀ ପୁରୀ ଗସ୍ତ କରୁଥିବାବେଳେ ତା’ପୂର୍ବରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ହାଇକୋର୍ଟ ବାର୍ କାଉନ୍‌ସିଲର ସଦସ୍ୟ ସାମିଲ ହୋଇଥିଲେ। ଫୋକସ୍‌ରେ ଥିଲା ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗ।

ସରକାରଙ୍କ ହାତକୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଯିବା ପରେ ବି ଆଜିକୁ ୫୯ ବର୍ଷ ଧରି ବିଭ୍ରାଟ ଲାଗିରହିଛି। ପରିଣାମ ସ୍ୱରୂପ ଧାର୍ମିକ, ପ୍ରଶାସନିକ ଏବଂ ସେବକ ବ୍ୟବସ୍ଥାରେ ବିଭ୍ରାଟ ଉପୁଜିବା ସହ ଶ୍ରୀମନ୍ଦିରର ଗରିମା କ୍ଷୁର୍ଣ୍ଣ ହେଉଥିବା ଗଜପତି ମହାରାଜ କହିଛନ୍ତି। ତେଣୁ ସାମଗ୍ରିକ ଭାବେ ସୁରୁଖୁରୁରେ ସେବାପୂଜା କେମିତି ହେବ, ଧାର୍ମିକ ବ୍ୟବସ୍ଥା କେମିତି ସୁଧୁରିବ ଏବଂ ପ୍ରଶାସନିକ ବ୍ୟବସ୍ଥାରେ କେମିତି ସଂସ୍କାର ଅଣାଯିବ, ସେ ନେଇ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

ବ୍ରହ୍ମ ବିଭ୍ରାଟ, ନୀଳାଦ୍ରୀବିଜେ ବିଭ୍ରାଟ, ଧାଡ଼ି ଦର୍ଶନ ବିବାଦ ଆଉ ମହାପ୍ରଭୁଙ୍କ ଅଖିଆ ଅପିଆ ଅବସ୍ଥା ଛଡ଼ା ବାରମ୍ବାର ଶ୍ରଦ୍ଧାଳୁଙ୍କୁ ସେବାୟତଙ୍କ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ଭଳି ସଙ୍ଗିନ ଘଟଣା ଓ ସମସ୍ୟା ରହିଛି। ଏସବୁର ଯେପରି ପୁନରାବୃତ୍ତି ନହେବ, ସେନେଇ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିବା ସେବାୟତ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏହାସହ ଧାର୍ମିକ ଓ ପ୍ରଶାସନିକ କ୍ଷେତ୍ରରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଶଙ୍କରାଚାର୍ଯ୍ୟ ଗୁରୁତ୍ୱ ଦେବା ସହ ପ୍ରତି ୩ ମାସରେ ଥରେ ବୈଠକ ବସି ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ପ୍ରସ୍ତାବ ରଖିଥିଲେ। ତା’ମଧ୍ୟରୁ ଦାନ ଦକ୍ଷିଣା, ବଂଶାନୁକ୍ରମିକ ସେବା ଉଚ୍ଛେଦ ଏବଂ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ଅସମ୍ମତି ଲାଗି ରହିଛି। ଏସବୁ ଭିତରେ ଆସନ୍ତା ୨୭ରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ତା’ପୂର୍ବରୁ ଅର୍ଥାତ ୨୨ ଓ ୨୩ରେ ଆମିକସ କ୍ୟୁରୀ ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସରକାରଙ୍କ ସହ ଆଲୋଚନା କରିବେ। ଏହାପରେ ସେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବେ।



from Odisha Reporter http://bit.ly/2NbM0l0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages