
ନୂଆଦିଲ୍ଲୀ: ସିଆରପିଏଫ୍ ଯବାନଙ୍କ କନ୍ଭଏ ସୁରକ୍ଷା ପାଇଁ ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି)ରେ ପରିବର୍ତ୍ତନ ଅଣାଯାଇ ନୂତନ ବ୍ୟବସ୍ଥା ଯୋଡ଼ାଯିବ ବୋଲି ସିଆରପିଏଫ୍ ମୁଖ୍ୟ ଆରଆର ଭଟ୍ଟନାଗର ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ପୁଲ୍ୱାମାଠାରେ ସିଆରପିଏଫ୍ ଯବାନ କନ୍ଭଏରେ ଯାଉଥିବା ଏକ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ସହିଦ ହେବାପରେ ସୁରକ୍ଷା ପାଇଁ ଆସିଥିବା ନୂଆ ଆହ୍ୱାନ ପାଇଁ ଏପରି ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି।
ସିଆରପିଏଫ୍ ଡିଜି କହିବା ଅନୁଯାୟୀ, “କଶ୍ମୀରରୁ ଏବଂ କଶ୍ମୀରକୁ କନ୍ଭଏ ଯିବା ସମୟରେ କିଛି ନୂତନ ସୁରକ୍ଷା ବ୍ୟବସ୍ଥା ଯୋଡ଼ାଯିବ। ଟ୍ରାଫିକ୍ କଣ୍ଟ୍ରୋଲ ବ୍ୟତୀତ, ସମୟ, ରହଣିସ୍ଥଳ ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ, ଯାହାକି ସେନା ଏବଂ ପୁଲିସ୍ କ୍ଷେତ୍ରରେ ମଧ୍ୟ ଲାଗୁ ହୁଏ।”
ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଜମ୍ମୁକଶ୍ମୀର ଗସ୍ତ ଅବସରରେ ସ୍ପଷ୍ଟ କରିଥିଲେ ଯେ, ସିଆରପିଏଫ୍ ବା ଅନ୍ୟ କୌଣସି ସୁରକ୍ଷା ବାହିନୀର କନ୍ଭଏ ଯାଉଥିବା ସମୟରେ ସାଧାରଣ ଗାଡ଼ି ଚଳାଚଳ କରିପାରିବନି।
ଡିଜି ଆଜି ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣା ପରେ କରାଯାଇଥିବା ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି, ଏବେ କେବଳ କନ୍ଭଏ ର ଯାତ୍ରା ନୁହେଁ ସବୁଦିନିଆ ଅପରେସନ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ମଜଭୁତ ହେବ।
from Odisha Reporter http://bit.ly/2SX49rT
No comments:
Post a Comment