ପାଇଲଟଙ୍କୁ ଫେରାଇବାକୁ ନେଇ ପାକ୍‌ର ନୂଆ ଚାଲ, ଭାରତ ଦେଲା କଡ଼ା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପାଇଲଟଙ୍କୁ ଫେରାଇବାକୁ ନେଇ ପାକ୍‌ର ନୂଆ ଚାଲ, ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ଆଜି ଇସ୍‌ଲାମାବାଦ ଏକ ନୂଆ ଚାଲ ଚଳାଇବାକୁ ଉଦ୍ୟମ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କହିଛନ୍ତି,
“ଯଦି ବନ୍ଦୀ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ନେବାକୁ ଚାହୁଁଛି, ତା’ହେଲେ ଆମ କଥା ମାନିବାକୁ ପଡ଼ିବ। ଯଦି ଅଭିନନ୍ଦନଙ୍କ ବଦଳରେ ଭାରତ ନିଜର ଆକ୍ରମଣାତ୍ମକ ରୂପ ବନ୍ଦ କରିବ, ତା’ହେଲେ ଆମେ ଗିରଫ ପାଇଲଟ୍‌ଙ୍କୁ ଫେରାଇବାକୁ ଚିନ୍ତା କରିବୁ।” କୁରେଶୀ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହେବାକୁ ମଧ୍ୟ ରାଜି ଅଛନ୍ତି।

ତେବେ ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ଏହା ଦୋମୁହାଁନୀତି ବୋଲି ପ୍ରମାଣିତ ହୋଇଛି। ଆଜି ସକାଳେ କୁରେଶୀ ପାକିସ୍ତାନ ନାଗରିକଙ୍କ ସମେତ ସମଗ୍ର ବିଶ୍ୱକୁ ଭାରତ ବିରୋଧରେ ଉସକାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, “ବର୍ତ୍ତମାନ ପରିସ୍ଥିତିରେ ଭାରତ ସ୍ଥଳ, ବାୟୁ କିମ୍ବା ଜଳ ମାର୍ଗରେ ଆକ୍ରମଣ କରିବାକୁ ଯୋଜନା କରୁଛି। ପାକ୍‌ ପ୍ରଧାନମନ୍ତ୍ରୀ ଶାନ୍ତି ଚାହୁଁଥିବା ବେଳେ ଭାରତ ଯୁଦ୍ଧ କରିବାକୁ ଆଗେଇ ଆସୁଛି।”

କୁରେଶୀ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇଦେବା ପାଇଁ ବାଢ଼ିଥିବା ସର୍ତ୍ତକୁ ଖାରଜ କରିବା ସହିତ ଦୃଢ଼ ଜବାବ ଦେଇ ଭାରତ କହିଛି ପାକିସ୍ତାନ ତୁରନ୍ତ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ଦରକାର। ଏ ସଂକ୍ରାନ୍ତ ପାକ ସହିତ ଆମର କୌଣସି ଡିଲ୍‌ କରାଯିବାର ପ୍ରଶ୍ନ ଉଠୁନାହିଁ।



from Odisha Reporter https://ift.tt/2IHFd42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages