
ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପୁଲୱାମାରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସାମିଲ ହେବ। ଆଜି କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏନ୍ଏସ୍ଜି ପକ୍ଷରୁ ମଧ୍ୟ ଘଟଣାର ସମୀକ୍ଷା କରାଯିବ।
ଆସନ୍ତାକାଲି ଏନ୍ଆଇଏ ଓ ଏନ୍ଏସଜିର ଟିମ୍ ଘଟଣାସ୍ଥଳରେ ପହଞ୍ଚିବ। ଏହି ଟିମ୍ରେ ଫରେନସିକ ଟିମ୍ର ସଦସ୍ୟ ରହିବେ। ଏଥିସହ ଏଥିରେ ୧୨ ଜଣ ସଦସ୍ୟ ରହିଛନ୍ତି। ଏହାର ନେତୃତ୍ୱ ଜଣେ ଆଇଜି ପାହ୍ୟାର ଅଫିସର ନେବେ।
ଆସନ୍ତାକାଲି ସ୍ଥିତର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶ୍ରୀନଗର ଗସ୍ତ କରିବେ। ସେହିପରି ସକାଳ ୯.୧୫ରେ କ୍ୟାବିନେଟ୍ ନିରାପତ୍ତା କମିଟି(ସିସିଏସ୍)ର ବୈଠକ ମଧ୍ୟ ବସିବ। ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଘଟଣାର ଉପରେ ନଜର ରଖିଛନ୍ତି। ତାଙ୍କୁ ସିଆରପିଏଫ୍ର ବରିଷ୍ଠ ଅଧିକାରୀମାନେ ଠିକ୍ ନିକି ଖବର ଦେଉଛନ୍ତି।
ଶ୍ରୀ ଡୋଭାଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କଥା ହୋଇଛନ୍ତି।
from Odisha Reporter http://bit.ly/2RZyWQp
No comments:
Post a Comment