ବୁଧବାର ୨୩୪୫ କୋଟି ଟଙ୍କାର ୩ ଏନଏଚ ପ୍ରକଳ୍ପର ଭୂମିପୂଜା କରିବେ ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବୁଧବାର ୨୩୪୫ କୋଟି ଟଙ୍କାର ୩ ଏନଏଚ ପ୍ରକଳ୍ପର ଭୂମିପୂଜା କରିବେ ଗଡ଼କରୀ

nitin

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗରରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜା କରିବେ। ଏହି ରାଜପଥ ପ୍ରକଳ୍ପଗୁଡ଼ିକର ମୋଟ ଲମ୍ବ ୧୩୨ କିମି ଏବଂ ଏଥିପାଇଁ ୨୩୪୫ କୋଟି ଟଙ୍କ ଖର୍ଚ୍ଚ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହିବେ।

ଶ୍ରୀ ଗଡ଼କରୀ ଆସନ୍ତାକାଲି ପାରାଦୀପ ବନ୍ଦରକୁ ମଧ୍ୟ ଯିବେ। ସେଠାରେ ସେ ୪୩୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବନ୍ଦର ପ୍ରକଳ୍ପର ଉଦଘାଟନ କରିବେ ଏବଂ ୩୨୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ମଧ୍ୟ କରିବେ।

ଆସନ୍ତାକାଲି ଯେଉଁସବୁ ରାଜପଥ ପ୍ରକଳ୍ପ ଲାଗି ଶିଳାନ୍ୟାସ କରାଯିବ, ସେଥିମଧ୍ୟରେ ରହିଛି ୭୯୫.୧୮ କୋଟି ଟଙ୍କା ବ୍ୟୟବରାଦ ସହିତ ୨୦୦/୨୩ ନମ୍ବର (ନୂତନ ୩୩ ନମ୍ବର) ଏନଏଚର ତାଳଚେର-କାମାକ୍ଷାନଗର ଭାଗ ଯାହାର ଲମ୍ବ ୪୧.୭୨୬ କିମି(ଚାରି ଲେନ ବିଶିଷ୍ଟ), ୭୬୧.୧୧ କୋଟି ବ୍ୟୟରେ ଏନଏଚ ୨୦୦ (ନୂଆ ଏନଏଚ ୫୩)ର କାମାକ୍ଷାନଗର-ଡୁବୁରୀ ଭାଗର ୫୧.୧ କିମି ଦୂରତାକୁ ଚାରି ଲେନ କରିବା ଏବଂ ୭୮୯.୨୩ କୋଟି ଟଙ୍କା ବ୍ୟୟରେ ଏନଏଚ ୨୦୦ (ନୂଆ ଏନଏଚ ୫୩)ର ଡୁବୁରି-ଚଣ୍ଡିଖୋଲ ଭାଗର ୩୯.୪ କିମି ଦୂରତାକୁ ୪ ଲେନ ବିଶିଷ୍ଟ କରିବା ସାମିଲ ରହିଛି। ଉପରୋକ୍ତ ପ୍ରକଳ୍ପ ଅଧୀନରେ ଯାତାୟାତ ସମୟରେ ଭିଡ଼ ହ୍ରାସ କରିବା ଏବଂ ସଡ଼କର ଉପଯୋଗ କରୁଥିବା ଲୋକମାନଙ୍କ ସୁରକ୍ଷା ଲାଗି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିମଧ୍ୟରେ ତିନୋଟି ବାଇପାସ, ଗୋଟିଏ ଫ୍ଲାଏଓଭର, ୧୯ଟି ବାହନ ଅଣ୍ଡର ପାସ, ୯ଟି ବଡ଼ ଏବଂ ୪୯ଟି ଛୋଟ ସେତୁ ଏବଂ ୪୫ କିମି ସର୍ଭିସ ରୋଡ ସାମିଲ ରହିଛି ।

ଜାତୀୟ ରାଜପଥର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ଖଣି ସମୃଦ୍ଧ ଓଡ଼ିଶାର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଅନ୍ୟ ଭାଗ ସହ ଉନ୍ନତ ଯୋଗାଯୋଗ ସୁନିଶ୍ଚିତ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଗମନାଗମନ ଭିଡ଼ ହ୍ରାସ ପାଇବ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବାରେ କମ ସମୟ ଲାଗିବ। ଫଳରେ ଗାଡ଼ିମୋଟର ଯାତାୟାତ ଖର୍ଚ୍ଚ ହ୍ରାସ ହେବ ଏବଂ ପ୍ରଦୂଷଣ ମଧ୍ୟ କମିବ। ଏହାଦ୍ୱାରା ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହାୟତା ମିଳିପାରିବ ଏବଂ ସ୍ଥାନୀୟ ଲୋକମାନଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଇଛି।



from Odisha Reporter http://bit.ly/2RKqnsQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages