ଅନଶନ ଯୋଗୁ ୪.୩୦ କେଜି ଓଜନ ହରାଇଲେ ଆନ୍ନା, ଭେଟିଲେ ଫଡ଼ନାଭିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଅନଶନ ଯୋଗୁ ୪.୩୦ କେଜି ଓଜନ ହରାଇଲେ ଆନ୍ନା, ଭେଟିଲେ ଫଡ଼ନାଭିସ

ରେଲେଗାଓଁ ସିଦ୍ଧି: କେନ୍ଦ୍ର ସରକାର ଲୋକପାଳ ଆଇନ୍‌ ପ୍ରଣୟନ କରିବାରେ ବିଳମ୍ବ କରୁଥିବାରୁ ଗତ ୭ ଦିନ ହେଲା ବିଶିଷ୍ଟ ସାମାଜସେବୀ ଆନ୍ନା ହଜାରେ ଆମରଣ ଅନଶନ କରୁଛନ୍ତି। ଏଥିପାଇଁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏହି ୭ ଦିନ ମଧ୍ୟରେ ତାଙ୍କ ଶରୀରର ଓଜନ ପ୍ରାୟ ୪.୩୦ କେଜି ହ୍ରାସ ପାଇ ସାରିଲାଣି। ତାଙ୍କର ଏଭଳି ଅବସ୍ଥା ଦେଖି ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଆନ୍ନାଙ୍କୁ ଭେଟିଛନ୍ତି।

ଏଥିସହ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପଦ୍ମଶ୍ରୀ ଆନ୍ନାଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଆନ୍ନା ଜାନୁଆରୀ ୩୦ରୁ ଆନ୍ଦୋଳନ କରୁଥିବା ବେଳେ ଆଜି ଯାଏ କେନ୍ଦ୍ର ସରକାର କିମ୍ବା ମହାରାଷ୍ଟ୍ର ସରକାର କେହି ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ।

ତେବେ ଆଜି ଫଡ଼ନାଭିସ ଅହମଦନଗର ଜିଲ୍ଲାରେ ଥିବା ଆନ୍ନା ହଜାରେଙ୍କ ରାଲେଗାଓଁ ସିଦ୍ଧି ଗାଁରେ ପହଞ୍ଚିଥିଲେ। ସେ ଆନ୍ନାଙ୍କ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ, ସୁଭାଷ ଭାମରେ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଉପସ୍ଥିତ ରହିଥିଲେ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକପାଳ ଏବଂ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ କରୁଥିବାରୁ ଆନ୍ନା ଫଡ଼ନାଭିସଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଆନ୍ନା ପୂର୍ବରୁ କହିଥିଲେ,“ନରେନ୍ଦ୍ର ମୋଦି ଓ ଅରବିନ୍ଦ କେଜ୍ରିୱାଲ ଦୁର୍ନୀତି ବିରୋଧରେ ମତ ଦେଇ କ୍ଷମତାକୁ ଫେରିଥିଲେ। ହେଲେ କ୍ଷମତା ଦଖଲ ପରେ ସେମାନେ ଲୋକପାଳ ନିଯୁକ୍ତି କଥା ଭୁଲି ଯାଇଛନ୍ତି। ଏଥିସହ ଚାଷୀ ସମସ୍ୟା କଥା ମଧ୍ୟ ସରକାର ଅଣଦେଖା କରି ଚାଲିଛନ୍ତି।”



from Odisha Reporter http://bit.ly/2WLhBhF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages