
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚାରି ବର୍ଷର ଝିଅଟିଏ କ୍ରିକେଟ୍ ଖେଳୁଛି। ତା’ର ସେହି କୁନି ହାତରେ ଯିଏ ଠିକ୍ରେ ଖାଇବା ଶିଖିନାହିଁ, ସେ ବ୍ୟାଟ୍ ଧରି ତଉକା ପରେ ଛକା ମାରୁଛି। ସୋଶାଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ହୁଏତ ବିଶ୍ୱାସ କରିନପାରନ୍ତି। କିନ୍ତୁ ଏହା ସତ।
ତେବେ ଏହି ଝିଅଟି ବାଲେଶ୍ୱରର ବୋଲି ଜଣାପଡ଼ିଛି। କ୍ରିକେଟ୍ ଖେଲିବାକୁ ନେଇ ଝିଅଟିର ଇଚ୍ଛାଶକ୍ତିକୁ ଦେଖି ତାଙ୍କୁ ସମସ୍ତେ ‘ମାହି’ ବୋଲି ଡ଼ାକୁଛନ୍ତି। ଯାହା ମହେନ୍ଦ୍ର ସିଂହ ଧୋନିଙ୍କର ଡ଼ାକ ନାମ। ଝିଅଟିର ପ୍ରକୃତ ନାମ ହେଉଛି ସୁଦ୍ଧୃତି ରାଉତ।
This 4 year old girl will amaze you with her batting skills
she lives in a small village in Odisha and aspires to play for Indian cricket team one day
pic.twitter.com/F3xTphwzkc
— Female Cricket (@imfemalecricket) February 17, 2019
ସୁଦ୍ଧୃତି କ୍ରିକେଟ୍ ଖେଳୁଥିବା ଏହି ଭିଡିଓଟି ସାରା ଦେଶରେ ଭାଇରାଲ୍ ହେବାରେ ଲାଗିଛି। ଏପରିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହାର ଚର୍ଚ୍ଚା ହେଉଛି।
ତେବେ ସୁଦ୍ଧୃତିଙ୍କୁ ତାର ବାପା ମା’ ‘ମାହି’ ବୋଲି ଡ଼ାକିବାର କାରଣ ହେଉଛି, ସେ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍। ଝିଅକୁ କ୍ରିକେଟର୍ ପରି ଗଢ଼ି ତୋଳିବା ପାଇଁ ତାଙ୍କ ବାପା ସ୍ୱପ୍ନ ଦେଖିଛନ୍ତି। ସୁଦ୍ଧୃତିର ବାପା କ୍ରିକେଟର୍ ହେବାକୁ ଚାହୁଁଥିଲେ କିନ୍ତୁ ଗୋଡ଼ରେ ଆଘାତ ଲାଗିବା କାରଣରୁ ସେ କ୍ରିକେଟ୍ରେ କ୍ୟାରିଅର୍ କରିପାରିଲେ ନାହିଁ।
ତାଙ୍କର ଏହି ଇଚ୍ଛାକୁ ସେ ଝିଅ ଦ୍ୱାରା ପୂରଣ କରିବାକୁ ଚାହିଁଥିଲେ। ଅତି ଛୋଟବେଳୁ ସେ ମାହିକୁ ଧୋନିଙ୍କର ବାୟୋପିକ୍ ଫିଲ୍ମ ଦେଖାଇବାକୁ ନେଇଥିଲେ। ଏପରିକି ମାହି ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକଥର ଧୋନିଙ୍କର ବାୟୋପିକ୍ ଦେଖିସାରିଛି।
ଫିଲ୍ମ ଦେଖି ମାହି ଧୋନି କିପରି ବ୍ୟାଟିଂ କରୁଛନ୍ତି, ତାହା ଶିଖିବାକୁ ଚେଷ୍ଟା କରେ। କେବଳ ଏତିକି ନୁହେଁ, ମାହି ଧୋନିଙ୍କ ପରି ହେୟାର୍ ଷ୍ଟାଇଲ୍ ମଧ୍ୟ ରଖିଛନ୍ତି।
ସୁଦ୍ଧୃତି ଅଢ଼େଇ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଭବିଷ୍ୟତରେ ଜଣେ ମହିଳା କ୍ରିକେଟର୍ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।
ସୋଶାଲ ମିଡିଆରେ ଝିଅଟିର କ୍ରିକେଟ୍ ଖେଳକୁ ଦେଖି ଟ୍ୱିଟର୍ରେ ‘ୱୋମେନ୍ କ୍ରିକେଟ୍’ ପେଜରେ ଏହି ଭିଡିଓଟିକୁ ଶେଆର୍ କରାଯାଇଛି। ଏପରିକି ସୁଦ୍ଧୃତିଙ୍କର କ୍ରିକେଟ୍ ଖେଲିବାର ଶୈଳୀକୁ ଦେଖି ଅନେକ ୟୁଜର୍ ପ୍ରଶଂସା ମଧ୍ୟ କରୁଛନ୍ତି।
ବିଦେଶରେ ମଧ୍ୟ ସୁଦ୍ଧୃତିଙ୍କର କ୍ରିକେଟ୍ ଖେଳକୁ ପ୍ରଶଂସା କରାଯାଇଛି। ଭିଡିଓଟିକୁ ଦେଖିବା ପରେ ଇଂଲଣ୍ଡର ମହିଳା କ୍ରିକେଟର୍ ଡାନିଏଲ୍ ହ୍ୱାଟ୍ ତାଙ୍କର ପ୍ରଶଂସା କରି ୱାଓ, କଣ କ୍ରିକେଟ୍ ଖେଳୁଛି ଏବଂ ଝିଅଟିର ବହୁତ ଭଲ ହାତ ବୋଲି ଟ୍ୱିଟର୍ରେ ଲେଖିଛନ୍ତି।
from Odisha Reporter https://ift.tt/2Nl6V5g


No comments:
Post a Comment