
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ଚଳିତବର୍ଷ ନିମନ୍ତେ ପୂର୍ବାଞ୍ଚଳର ସର୍ବାଧିକ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସନାଲ ଏଜୁକେସନ୍ ସମ୍ମିଟ-୨୦୧୯ ଅବସରରେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ”ରେ ସମ୍ମାନିତ ହୋଇଛି ସୋଆ। ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କୁ ମଧ୍ୟ ଚଳିତବର୍ଷର ପୂର୍ବାଞ୍ଚଳରେ ସର୍ବାଧିକ ପସନ୍ଦଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ” ପ୍ରଦାନ କରାଯାଇଛି।
ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଅଲ୍ଇଣ୍ଡିଆ କାଉନ୍ସିଲ୍ ଫର୍ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଉପାଧ୍ୟକ୍ଷ ଶ୍ରୀ ଏମ୍.ପି. ପୁନିଆ ଉପସ୍ଥିତ ଥିଲେ। ସୋଆ ପକ୍ଷରୁ ଡ. ଅନୁରାଗ ଶତପଥୀ ଏବଂ ଡ. ସୌର୍ଯ୍ୟ ରଞ୍ଜନ ଦାସ ପୁରସ୍କାର ଗ୍ରହଣ କରିଥିଲେ।
୨୦୧୮ରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସନାଲ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କାଟାଗୋରିରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିଥିବା ବେଳେ ଶିକ୍ଷାନୁଷ୍ଠାନ ର୍ୟାଙ୍କିଙ୍ଗରେ ୩୮ତମ ସ୍ଥାନ ହାସଲ କରିଛି।
from Odisha Reporter https://ift.tt/2GE60w7
No comments:
Post a Comment