
ୱେଲିଂଟନ୍: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍ରେ ଆଜି ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛି ଭାରତ। ଏହି ସିରିଜ୍ରେ ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳାଯାଉଛି।
ନ୍ୟୁଜିଲ୍ୟାଣ୍ଡରେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଟି୨୦ ମ୍ୟାଚ୍ ଜତିନାହିଁ ଭାରତ। ୨୦୦୯ ମସିହାରେ ଟି୨୦ ସିରିଜ୍ ଖେଳାଯାଇଥିଲେ ମଧ୍ୟ ଏହାକୁ ୨-୦ରେ ପୋଚି ନେଇଥିଲା ନ୍ୟୁଜିଲ୍ୟାଣ୍ଡ। ତେଣୁ ଆଜିର ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
Our Playing XI for the game #NZvIND pic.twitter.com/isCYUgisFa
— BCCI (@BCCI) February 6, 2019
ଟସ୍ ଜିତି ମଧ୍ୟ ବ୍ୟାଟିଂ ନିଷ୍ପତ୍ତି ନନେବା ପଛର କାରଣ ବାବଦରେ ରୋହିତ କହିଛନ୍ତି, “ଆମେ ବୋଲିଂ ପାଇଁ ପ୍ରଥମେ ନିଷ୍ପତ୍ତି ନେଲୁ, କାରଣଚେଜିଂରେ ଆମର ଭଲ ରେକର୍ଡ ରହିଛି। ଆମେ ଦ୍ୱିତୀୟ ଇନିଂସ୍ରେ କିଭଳି ବ୍ୟାଟିଂ କରିପାରୁଛୁ ଜାଣିବାପାଇଁ, ଏହା ଆହୁରି ମଧ୍ୟ ଏକ ସୁଯୋଗ ଦେଇଛି। ପଞ୍ଚମ ଦିନିକିଆରେ ପିଚ୍ ସାମାନ୍ୟ ଓଦା ଥିଲା, ସେଥିପାଇଁ ଆମେ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ଦିନିକିଆ ଖେଳିଥିବା ପ୍ରାୟ ସାଥୀ ଖେଳାଳି ସ୍ୱଦେଶ ଫେରିଯାଇଛନ୍ତି ଏବଂ ରିଷଭ ପନ୍ତ ଓ କୃନାଲ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। ସେମାନଙ୍କୁ ସୁଯୋଗ ଦେବାକୁ ହେବ।”
ସେହିଭଳି କେନ୍ ୱିଲିୟମ୍ସ ମଧ୍ୟ ବୋଲିଂ ପାଇଁ ଆଗ୍ରହୀ ଥିଲେ ବୋଲି କହିଛନ୍ତି। ଏହି ମ୍ୟାଚ୍ରେ ନିଶମ୍ ଏବଂ ବ୍ରେସ୍ୱେଲ୍ ଖେଳୁନଥିବା ବାବଦରେ ସେ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2t8plwM
No comments:
Post a Comment