ଆଜି ପଦ୍ମ ବେଶ: ବେଶ ପଛରେ ରହିଛି ଏମିତି କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଆଜି ପଦ୍ମ ବେଶ: ବେଶ ପଛରେ ରହିଛି ଏମିତି କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମାଘ ମାସର ପୂର୍ଣ୍ଣିମା ଓ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର(ଯାହା ପ୍ରଥମେ ପଡ଼ିଥାଏ)ରେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯାଇଥାଏ। ସନ୍ଧ୍ୟା ଧୂପ ପରେ ଅନୁଷ୍ଠିତ ହେଉଥିବା ଏହି ବେଶରେ ହିଁ ମହାପ୍ରଭୁ ପହୁଡ଼ ଯାଆନ୍ତି।ଏହି ବେଶ ହେବା ଦିନ ବଡ଼ସିଂହାର ବେଶ ହୁଏ ନାହିଁ।ଏହି ପଦ୍ମ ବେଶରେ ମହାପ୍ରଭୁଙ୍କୁ ସୋଲରେ ପ୍ରସ୍ତୁତ ପଦ୍ମ ଫୁଲରେ ବେଶ କରାଯାଇଥାଏ। ଶ୍ରୀଜିଉମାନଙ୍କୁ ପୁଷ୍ପ ଶ୍ରେଷ୍ଠ ପଦ୍ମ ଭାବେ ପରିକଳ୍ପନା କରାଯାଇ, ତାଙ୍କ ପାଦତଳେ ଦୁଇ ଯୋଡ଼ା ହଂସକୁ ବସାଇ ଦିଆ ଯାଇଥାଏ। ଏହା ଅତ୍ୟନ୍ତ ଆକର୍ଷଣୀୟ ବେଶ। ବଡ଼ଛତା ମଠ ତରଫରୁ ଏହି ବେଶ କରାଯାଇଥାଏ।

ବେଶ ପଛର କାହାଣୀ

ଇତିହାସ କୁହେ ଗଙ୍ଗ ବଂଶର ରାଜତ୍ୱ ସମୟରୁ ଏହି ବେଶ ହେଉଛି। କିନ୍ତୁ ଲୋକମତରେ ଏହି ବେଶ ପଛରେ ଭକ୍ତ ମନୋହର ଦାସଙ୍କ କାହାଣୀ ଯୋଡି ହୋଇ ରହିଛି । ଭକ୍ତ ମନୋହର ଦାସ ମହେନ୍ଦ୍ର ପର୍ବତ ରେ ଯୋଗ ସାଧନା କରି ଅନେକ ବର୍ଷ ପରେ ଶ୍ରୀକ୍ଷେତ୍ରକୁ ଫେରୁଥାନ୍ତି । ମହାପ୍ରଭୁଙ୍କୁ ଦର୍ଶନର ପ୍ରଚଣ୍ଡ ଅଭିଳାଷ ଥାଏ ମନରେ। ଶ୍ରୀକ୍ଷେତ୍ର ଆସିବା ପଥରେ ପଡ଼େ ପଦ୍ମ ପୁଷ୍କରିଣୀଟିଏ। ମନୋହରଙ୍କ ମନକୁ ଆସିଲା, ଯଦି ଏହି ଫୁଲଗୁଡ଼ିକ ମହାପ୍ରଭୁଙ୍କୁ ଲାଗିହୁଅନ୍ତା ତେବେ କେତେ ଭଲ ହୁଅନ୍ତା । ଏହା ଭାବି ସେ ପୁଷ୍କରିଣୀରୁ ଫୁଲଗୁଡ଼ିକୁ ତୋଳି ନିଜ ଗାମୁଛାରେ ବାନ୍ଧି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ ।

ହେଲେ ଶ୍ରୀକ୍ଷେତ୍ର ପହଁଚିଲା ବେଳକୁ ଫୁଲ ସବୁ ମଉଳି ଯାଇଥାଏ। କିନ୍ତୁ ସେ ଭାବବିହୁଳ ହୋଇ ସେହି ମଉଳି ଯାଇଥିବା ଫୁଲକୁ ମହାପ୍ରଭୁଙ୍କୁ ଲାଗି କରିବାକୁ କୁହନ୍ତି। ହେଲେ ମନୋହରଙ୍କ କଥାରେ ସେବକ ରାଗିଯାଇ ଏହି ଫୁଲ କୁ ଫିଙ୍ଗିଦିଅନ୍ତି । ସେ ଫୁଲ ଗୁଡ଼ିକ ମହାପ୍ରଭୁଙ୍କୁ ଲାଗି ପାଇଁ ଉପଯୁକ୍ତ ନୁହେଁ କହି ସେବକ ଏହି ଫୁଲକୁ  ଫେରେଇ ଦେଇଥିଲେ । ମନୋହର ଦାସ ବ୍ୟଥିତ ହୋଇ କାନ୍ଦିବାକୁ ଲାଗନ୍ତି। ମନ ଦୁଃଖରେ ଶ୍ରୀମନ୍ଦିର ସମ୍ମୁଖରେ ଶୋଇପଡ଼ନ୍ତି । ଅନ୍ନ ଓ ଜଳ ଗ୍ରହଣ କରନ୍ତି ନାହିଁ। ଯଦି ମହାପ୍ରଭୁ ଏହି ଫୁଲକୁ ଗ୍ରହଣ କରିବେନି ତେବେ ସେ ଜୀବନ ହାରିବେ ବୋଲି ନିଷ୍ପତ୍ତି ନିଅନ୍ତି। କଥାରେ ଅଛି କାଳିଆ ଠାକୁର ଭକ୍ତ ବତ୍ସଳ। ସେ ଭାବ ବିନୋଦିଆ। ଭକ୍ତ ଆଗରେ ହାରିଯାନ୍ତି ବଡ ଠାକୁର।

ଆଉ କାଳିଆର କୃପାରୁ ମନୋହରଙ୍କ ଗାମୁଛାର ମଉଳି ଯାଇଥିବା ଫୁଲ ସତେଜ ହୋଇଉଠେ।ଏହି ଖବର ଯେତେବଳେ ଶ୍ରୀମନ୍ଦିରରେ ପ୍ରଚାରିତ ହେଲା ଯେଉଁ ସେବକ ଫୁଲଗୁଡ଼ିକ ଫିଙ୍ଗି ଦେଇଥିଲେ, ସେ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ସମସ୍ତେ ଜାଣିପାରିଲେ ମନୋହର ଦାସଙ୍କ ଭକ୍ତିରେ ଏହି ମଉଳି ଯାଇଥିବା ତିନି ଦିନ ତଳର ଫୁଲ ସତେଜ ହୋଇଉଠିଛି । ଦେଉଳ କରଣଙ୍କ ନିର୍ଦ୍ଦେଶରେ ସେହି ଦିନ ରାତିରେ ମହାପ୍ରଭୁଙ୍କୁ ବଡ଼ସିଂହାର ବେଶରେ ପଦ୍ମ ଲାଗି କରାଯାଏ। ସେବେଠାରୁ ଆରମ୍ଭ ହୁଏ ପଦ୍ମ ବେଶର ପରମ୍ପରା। ହେଲେ ମାଘ ମାସରେ ପଦ୍ମ ମିଳୁ ନ ଥିବାରୁ ସୋଲରେ ନିର୍ମିତ ପଦ୍ମରେ ମହାପ୍ରଭୁ ଆଭୂଷିତ ହୁଅନ୍ତି। ଏହି ବେଶରେ ମହାପ୍ରଭୁଙ୍କୁ ଅମାଲୁ (ମାଲପୁଆ) ଓ କ୍ଷୀରି ଭୋଗ କରାଯାଇଥାଏ ।



from Odisha Reporter http://bit.ly/2ULoiie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages