
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ଉଷ୍ମ ହୋଇଛି। ଜଣେ ପରେ ଜଣେ ହେଭିୱେଟ୍ ଓଡ଼ିଶା ଗସ୍ତକରି ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି। ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ମଧ୍ୟ ସମାନ୍ତରାଳ ସଭା କରି ଦମ୍ ଦେଖାଉଛି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶା ଆସୁଥିବା ବେଳେ କେନ୍ଦ୍ର ଜାହାଜ ଚଳାଚଳମନ୍ତ୍ରୀ ନୀତୀନ ଗଡ଼କରୀ ପାରାଦୀପ ଓ କାମାକ୍ଷାନଗରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସକୁ ଚେକ୍ ଦେବା ପାଇଁ କାଲି ବିଜେଡିରେ ମିଶୁଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ।
୯ ବର୍ଷ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶା ଆସୁଛନ୍ତି। ସେ ଭବାନୀପାଟଣା ଓ ରାଉରକେଲାରେ ଆୟୋଜିତ ଦୁଇଟି ସଭାରେ ଉଦ୍ବୋଧନ ଦେବେ। ଏଥିପାଇଁ କଂଗ୍ରେସ ପୋଷ୍ଟର ଓ ପତାକାରେ ଛାଇ ହୋଇ ଯାଇଛି ପୂରା ଅଞ୍ଚଳ। ଗତ ୧୨ଦିନ ଭିତରେ ରାହୁଲଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ରାହୁଲଙ୍କ ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସ୍ରେ ରହିଛି। ଏଥର ରାହୁଲଙ୍କ ଫୋକ୍ସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ ରହିଛି।
୨୦୧୦ରେ ନିୟମିଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ ହେବାର ପାଖାପାଖି ଏକ ଦଶନ୍ଧି ପରେ ଆସନ୍ତାକାଲି ଭବାନୀପାଟଣାରେ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସେଠୁ ସେ ରାଉରକେଲା ଯିବେ।
ସେପଟେ ଓଡ଼ିଶାକୁ ବିଜେପି ହେଭିୱେଟ୍ଙ୍କ ଘନ ଘନ ଗସ୍ତ ମଧ୍ୟ ଜାରି ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଥର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୁଇ ଥର ଓଡ଼ିଶା ଆସି ରାଜ୍ୟ ସରକାରଙ୍କୁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରି ଫେରି ଯାଇଥିବା ବେଳେ, କାଲି ଆସୁଛନ୍ତି କେନ୍ଦ୍ର ଜାହାଜ ଚଳାଚଳମନ୍ତ୍ରୀ ନୀତୀନ ଗଡ଼କରୀ। ସେ ପାରାଦୀପ ଓ କାମାକ୍ଷାନଗରରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସେ ଓଡ଼ିଶାରେ ବୁଲିବାକୁ ଥିବା ‘ଭାରତ କି ମନ କୀ ବାତ୍, ମୋଦି କେ ସାଥ୍’ ରଥର ଶୁଭାରମ୍ଭ ଭୁବନେଶ୍ୱରରେ କରିବେ।
ସେହିପରି ଆସନ୍ତା ୧୫ ତାରିଖରେ ପୁଣି ସମ୍ବଲପୁର ଆସିବେ ଅମିତ ଶାହ। ପଶ୍ଚିମ ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ରର ସଂଗଠକମାନଙ୍କୁ ନେଇ ସଭା ସହ ୬୦ ହଜାର ବୁଥ୍ ସ୍ତରୀୟ ସଂଗଠକଙ୍କୁ ଶାହ ମନ୍ତ୍ର ଦେବାର କାର୍ଯ୍ୟକ୍ରମ ଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।
କାଲି ରାହୁଲ ଗାନ୍ଧି ଓ ଗଡ଼କରୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଏହାକୁ କାଉଣ୍ଟର ଲାଗି ବିଜେଡି ମଧ୍ୟ କରିଛି ଷ୍ଟ୍ରାଟେଜି। ଗତ ଥର ରାହୁଲଙ୍କ ଗସ୍ତର ଠିକ୍ ପୂର୍ବରୁ ଯେମିତି ପଶ୍ଚିମଓଡ଼ିଶାର ଟାଣୁଆ କଂଗ୍ରେସ ନେତା ନବ ଦାସଙ୍କୁ ଦଳରେ ମିଶାଇଥିଲା, ଆସନ୍ତାକାଲି ମଧ୍ୟ ଠିକ୍ ସେମିତି ଢଙ୍ଗରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ମିଶାଇ ଶକ୍ତିବୃଦ୍ଧି ଯୋଜନାରେ ରହିଛି।
from Odisha Reporter http://bit.ly/2GoXYGE
No comments:
Post a Comment