ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଅଶାଳୀନ ଓ ଅସୌଜନ୍ୟମୂଳକ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଅଶାଳୀନ ଓ ଅସୌଜନ୍ୟମୂଳକ : ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ମାମଲାରେ ସିବିଆଇ ଜେରା କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ପଷ୍ଟୀକରଣ ରଖିଛନ୍ତି ତାହା ଅଶାଳୀନ ଓ ଅସୌଜନ୍ୟର ପରିଚୟ ଦେଉଛି ବୋଲି ବିଜେପି କହିଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ବିଜେପି ନିନ୍ଦା କରିଛି।

ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସତ କହିଲେ ମୁଖ୍ୟମନ୍ତ୍ରୀଙ୍କ ଛାତି ଫାଟିଯାଉଛି। କ୍ରୋଧର ବଶବର୍ତ୍ତୀ ହେଉଛନ୍ତି ଓ ନିଜ ସ୍ୱଭାବ ବାହାରକୁ ଯାଇ ଉଗ୍ର ହୋଇପଡ଼ୁଛନ୍ତି। ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ରାଜ୍ୟ ବିଜେପି ଦାବି କରିଥିଲା। କିନ୍ତୁ ତାହା ସ୍ପଷ୍ଟ କରିବା ବଦଳରେ ସେ ନିନ୍ଦନୀୟ ପ୍ରତିକ୍ରିୟା ଦେଲେ। ନବୀନ ନିବାସରେ ଥିବା ସରୋଜ ସାହୁ କିଏ ? ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର କ’ଣ ସମ୍ପର୍କ ତାହା ସେ କହିବା ଆବଶ୍ୟକ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁଖାତଳର ସତ ରାଜ୍ୟବାସୀ ଜାଣିଛନ୍ତି। ସେହିପରି ଚିଟଫଣ୍ଡ କର୍ପସ ଫଣ୍ଡର ସ୍ଥିତି କ’ଣ ତାହା ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାସହିତ ସେ ମମତା ବାନାର୍ଜୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ରହିଛି ଯାହାକୁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହାପୂର୍ବରୁ ଆଜି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି। ଏହାର ସତ୍ୟତା କ’ଣ ତାହା ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ ନ୍ୟାୟ ଦେବା ପାଇଁ କହି ନ୍ୟାୟ ଦେଲେ ନାହିଁ। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ପଇସା ଫେରାଇବା ପାଇଁ କହି କାହିଁକି ଫେରାଇନାହାନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଚିଟଫଣ୍ଡ ଲୁଟେରା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ‘ଚୋର ଚୋରର ମାଉସୀ ପୁଅ ଭାଇ’ ଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ବିଜେଡି ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହଦେଓ କହିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଥିବା ନେଇ ଶ୍ରୀ ସିଂହଦେଓଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହା ‘ସମ୍ପୂର୍ଣ୍ଣ ବକୱାସ୍’।



from Odisha Reporter http://bit.ly/2RFLWL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages