
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଘରକୁ ବିଭିନ୍ନ ଗ୍ରହ ଦୋଷରୁ ରକ୍ଷା କରିବା ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଶାସ୍ତ୍ରର ମାନ୍ୟତା ଅନୁଯାୟୀ କିଛି ଶୁଭ କି ଅଶୁଭ ଘଟିବା ପୂର୍ବରୁ ପ୍ରକୃତି ସର୍ବଦା କିଛି ନା କିଛି ସଙ୍କେତ ଦେଇଥାଏ। ଯାହାକୁ ଦେଖି ଆପଣ ଏହାର ପ୍ରତିକାର କଥା ଭାବିବା ଉଚିତ୍। ଏପରି କଲେ ଆମେ ଭବିଷ୍ୟତରେ ହେବାକୁ ଥିବା ବିପତ୍ତିରୁ ରକ୍ଷା ପାଇପାରିବା।
ତା ହେଲେ ଆସନ୍ତୁ ଜାଣିବା ପ୍ରକୃତି ଆମକୁ କେତେବେଳେ କେଉଁ ସଙ୍କେତ ଦେଇଥାଏ।
ଝିଟିପିଟି : ଘରେ ବେଳେବେଳେ ହଠାତ ବହୁତ ଝିଟିପିଟି ଏକାଠି ଦେଖିବାକୁ ମିଳନ୍ତି। ଏହା ଅଶୁଭ ସଙ୍କେତ। ଏପରି ହେଲେ, ଘରର ସଦସ୍ୟ ହଠାତ କିଛି ସମସ୍ୟା ନେଇ ଚିନ୍ତିତ ରହିବେ ବୋଲି ସଙ୍କେତ ମିଳିଥାଏ। ଏହାସହ ଗୃହରେ ଅର୍ଥାଭାବର ମଧ୍ୟ ଏହା ପୂର୍ବଭାଷ।
ହଠାତ ନିଦ୍ରା କମ୍ ହେବା : ବେଳେବେଳେ କିଛି ଲୋକଙ୍କୁ ନିଦ କମ୍ ହୋଇଥାଏ। ଏପରିକି ଶୋଇବା ବେଳେ ବାରମ୍ବାର ଟଏଲେଟ୍ ଲାଗିଥାଏ। ଏପରି ହେବା ଅଶୁଭ ଲକ୍ଷଣ। ଏପରି ହେବା ଦ୍ୱାରା ସ୍ୱାସ୍ଥ୍ୟ, ପ୍ରତିଷ୍ଠା ଓ ଧନହାନିର ସଙ୍କେତ ମିଳିଥାଏ।
ଗହଣା ହଜିବା : ବେଳେବେଳେ କିଛି ବ୍ୟକ୍ତିଙ୍କ ଗହଣା ହଜି ଯାଇଥାଏ। ଶାସ୍ତ୍ରରେ ଗହଣା ହଜିଯିବା ଅଶୁଭ ବୋଲି କୁହାଯାଇଛି। ଗହଣା ହଜିଯିବା ଦ୍ୱାରା ଧନ, ମାନ-ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବ ବୋଲି ଭାବି ନିଅନ୍ତୁ।
ପାଳିତ ପ୍ରାଣୀର ମୃତ୍ୟୁ : ଘରେ ପାଳିଥିବା କୌଣସି ପ୍ରଣୀର ମୃତ୍ୟୁ ହୋଇଗଲେ ତାହା ଅଶୁଭ ସଙ୍କେତ ହୋଇଥାଏ। ଏପରି ହେବା ଦ୍ୱାରା ଘରର ମୁଖ୍ୟ ଭବିଷ୍ୟତରେ ଦରିଦ୍ର ହେବାର ସଙ୍କେତ ମିଳିଥାଏ।
from Odisha Reporter http://bit.ly/2BkDueL
No comments:
Post a Comment