
କୋଲକତା: ପଶ୍ଚିମବଙ୍ଗରେ ଚିଟ୍ଫଣ୍ଡ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇଥିବା ଅଭିଯୋଗରେ ପୁଲିସ୍ କମିଶନର ରାଜୀବ କୁମାରଙ୍କ ବାସଭବନ ଉପରେ ସିବିଆଇ ଟିମ୍ର ଚଢ଼ଉକୁ ନେଇ ସରଗରମ ହୋଇଛି ରାଜନୀତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ ମୁଖ୍ୟଙ୍କ ପାଇଁ ଅଣ୍ଟା ଭିଡ଼ିବା ଏବଂ ଚିଟ୍ଫଣ୍ଡ ଦୁର୍ନୀତିରେ ୨ ନମ୍ବର ରାଜ୍ୟ କୁହାଯାଉଥିବା ଓଡ଼ିଶାରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଟ୍ୱିଟ୍ରେ ୨ଟି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
ସେ ଏହି ଟ୍ୱିଟ୍ରେ କହିଛନ୍ତି, ମୁଁ ସେହି ୨ଟି ପ୍ରଶ୍ନ ପଚାରୁଛି ଯାହା ଏପର୍ଯ୍ୟନ୍ତ ପଚରାଯାଇନି। ପ୍ରଶ୍ନ ନମ୍ବର ୧ରେ ସେ ପଚାରିଛନ୍ତି, ଯଦି ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟ ଉପୁଜିଛି ଏବଂ ରାଷ୍ଟ୍ରପତି ଶାସନ ଅଧୀନରେ ନିର୍ବାଚନ ହୁଏ, ଏହା ଆଞ୍ଚଳିକ ଦଳକୁ ସମବେଦନା ଦୃଷ୍ଟିରୁ ସହାୟକ ହେବ ନା ଆଞ୍ଚଳିକ ଦଳକୁ ଆଘାତ ପହଞ୍ଚାଇବ?
କିଛି ଦିନର ନିରବତା ପରେ ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନ ଚିଟ୍ଫଣ୍ଡ ଦୁର୍ନୀତିରେ ଦ୍ୱିତୀୟ ରାଜ୍ୟ ଓଡ଼ିଶା ଆଡ଼କୁ ମୁହାଁଇବ ତ?
2 Qstns not (yet) being asked:
If constitutional crisis extends in #WestBengal & elections held under President's rule, will it help regional party (sympathy) or hurt?
Will this renewed action by #CBI (not rhetoric by parties) extend to state #2 with huge #ChitFundScam, Odisha?
— Baijayant Jay Panda (@PandaJay) February 3, 2019
ସୂଚନାଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟ୍ୱିଟ୍ ପରେ ସିବିଆଇ ଟିମ୍ ରାଜୀବଙ୍କ ବାସଭବନକୁ ଯିବା, ପଶ୍ଚିମବଙ୍ଗ ପୁଲିସ ସିବିଆଇ ଅଧିକାରୀଙ୍କୁ ବଳପୂର୍ବକ ଘଉଡ଼ାଇଦେବା ଏବଂ ୫ ଜଣ ଅଧିକାରୀଙ୍କୁ ଅଟକ ରଖି ପରେ ଛାଡ଼ିଦେବା ଭଳି ମାରାଥନ୍ ଘଟଣା ଘଟିଚାଲିଛି। ପରେ ଏଥିରେ ଆସିଛି ନୂଆ ମୋଡ଼। ଏବେ ସିବିଆଇ ମମତା ସରକାରଙ୍କ ବିରୋଧରେ ସୁପ୍ରିମ୍କୋର୍ଟ ଯିବା ନିଶ୍ଚିତ ହୋଇସାରିଛି। ଏପଟେ ମମତା ବାନାର୍ଜୀ ଧାରଣାରେ ବସିଥିବା ଜଣାଯାଇଛି।
ନାଗେଶ୍ୱରଙ୍କ ପ୍ରତିକ୍ରିୟା
ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଏହି ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି, “ପୁଲିସ୍ କମିଶନରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆମେ ତଦନ୍ତ କରୁଛୁ। ତଥ୍ୟ ପ୍ରମାଣକୁ ସେ ନଷ୍ଟ କରିଛନ୍ତି ଏବଂ ନ୍ୟାୟ ଦେବାରେ ବାଧକ ସାଜିଛନ୍ତି।”
from Odisha Reporter http://bit.ly/2RyQRxa
No comments:
Post a Comment