ପୁଣି ଧରାପଡ଼ିଲା ପାକ୍‌ ମିଛ, ଭାରତ ଖସାଇଥିଲା ଏଫ୍‌-୧୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପୁଣି ଧରାପଡ଼ିଲା ପାକ୍‌ ମିଛ, ଭାରତ ଖସାଇଥିଲା ଏଫ୍‌-୧୬

ନୂଆଦିଲ୍ଲୀ: ପାକିସ୍ତାନ କେମିତି ବାରମ୍ବାର ମିଛ କହି ବିଶ୍ୱବାସୀଙ୍କୁ ଧୋକା ଦେଇ ଚାଲିଛି, ତା’ର ଆଉ ଏକ ପ୍ରମାଣ ମିଳିଛି। ଭାରତ କୌଣସି ପାକ୍ ଯୁଦ୍ଧ ବିମାନକୁ ଖସାଇ ନଥିବା କହିଥିବା ପାକିସ୍ତାନର ମିଛ ଆଜି ଫଟୋ ସହିତ ସାମ୍ନାକୁ ଆସିଛି। ଭାରତୀୟ ସୀମାକୁ ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ଭାରତର ମିଗ୍‌-୨୧ ବିମାନ ଗୁଳି କରି ଖସାଇ ଦେଇଥିବା ବେଳର ଫଟୋ ପିଓକେରୁ ସାମ୍ନାକୁ ଆସିଛି।

ଏହି ଫଟୋରେ ପାକ୍‌ର ଏଫ୍‌-୧୬ ଯୁଦ୍ଧ ବିମାନ ପିଓକେ ଅଞ୍ଚଳରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ଏହା ପାଖରେ ପାକ୍‌ର ନର୍ଥନ ଇନ୍‌ଫାଣ୍ଟ୍ରି କମାଣ୍ଡରମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଭାରତୀୟ ବାୟୁ ସେନା ଓ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଧ୍ୱଂସାବଶେଷ ଏଫ୍‌-୧୬ର ବୋଲି କହିଛନ୍ତି।

ଗତକାଲି ସକାଳେ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରି ଏକାଧିକ ପାକ୍‌ ଜେଟ୍‌ ଭାରତରେ ପ୍ରବେଶ କରିଥିଲା। ଏହି ସମୟରେ ସୀମାରେ ପ୍ୟାଟ୍ରୋଲିଂ କରୁଥିବା ଭାରତର ମିଗ୍‌-୨୧ ବିମାନ ଏହାକୁ ରୋକିବା ସହ ଆକ୍ରମଣ କରିଥିଲା। ଭାରତୀୟ ମିଗ୍‌-୨୧ ମାଡ଼ରେ ପାକିସ୍ତାନର ଏକ ଏଫ୍‌-୧୬ ଯୁଦ୍ଧବିମାନ ପିଓକେ ତଳକୁ ଖସି ପଡ଼ିଥିଲା। ତେବେ ପାକିସ୍ତାନ ଏହାକୁ ମାନି ନଥିଲା।

ପାକିସ୍ତାନର ସେନା ମୁଖପାତ୍ର ମେଜର ଜେନେରାଲ ଗଫୁର କହିଥିଲେ, “ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ଆଦୌ ଉଡ଼ାଣ କରିନାହିଁ। ସେହିପରି ଭାରତ ଗୁଳିରେ କୌଣସି ଯୁଦ୍ଧ ବିମାନ ଖସି ନାହିଁ। କିନ୍ତୁ ପାକିସ୍ତାନ ଭାରତର ଦୁଇଟି ମିଗ୍‌ ବିମାନକୁ ଖସାଇ ଦେଇଛି ଏବଂ ଦୁଇ ଜଣ ପାଇଲଟଙ୍କୁ ଗିରଫ କରିଛି। ଜଣେ ପାଇଲଟ ଆମ ହେପାଜତରେ ଥିବା ବେଳେ ଆର ଜଣଙ୍କୁ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।”

ତେବେ ଗଫୁର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଯେଉଁ ପାଇଲଟଙ୍କ କଥା କହୁଥିଲେ ସେ ବାସ୍ତବରେ ତାଙ୍କ ନିଜ ଦେଶର ପାଇଲଟ ଥିଲେ। ଏଥିପାଇଁ ସନ୍ଧ୍ୟାରେ ଗଫୁର ନିଜ କଥା ବଦଳାଇବା ସହ ଜଣେ ଭାରତୀୟ ପାଇଲଟ ଗିରଫ ହୋଇଥିବା କଥା କହିଥିଲେ। କିନ୍ତୁ ପାକିସ୍ତାନର ଯେ ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ଭାରତୀୟ ସେନା ଗୁଳି କରି ଖସାଇ ଦେଇଛନ୍ତି, ସେକଥା ଏଯାଏ ମାନି ନାହାନ୍ତି।



from Odisha Reporter https://ift.tt/2BUu8a0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages