୬ ଲେନ ହେବ ଭଦ୍ରକ- ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାଜପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

୬ ଲେନ ହେବ ଭଦ୍ରକ- ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାଜପଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସୁରକ୍ଷା ହେଉ ବା ବିକାଶ, ମୋଦି ସରକାର ସର୍ବଦା ପ୍ରତିଶ୍ରୁତି ପାଳନ କରିଥାଏ। ଅଟଳଜୀଙ୍କ ଅବଦାନରେ ନିର୍ମିତ ହୋଇଥିବା ଚାରିଲେନ ବିଶିଷ୍ଟ ୫ ନମ୍ବର ଜାତୀୟ ରାଜପଥକୁ ୬ ଲେନ କରିବାର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ବହୁଗୁଣିତ କରିବା ସହ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ସାଜିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ତିନୋଟି ପ୍ରମୁଖ ପ୍ରକଳ୍ପର ଭୂମିପୂଜନ କରିଛନ୍ତି।

ଏହି ତିନୋଟି ପ୍ରକଳ୍ପ ହେଉଛି – ପୁରୁଣା ୫ ନମ୍ବର ଏବଂ ବର୍ତ୍ତମାନର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ- ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାସ୍ତାର ଛଅଲେନ୍ କାର୍ଯ୍ୟ ଏବଂ ଭୁବନେଶ୍ୱର ଚଣ୍ଡିଖୋଲ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଏବଂ ବଡଚଣାଠାରେ ଭୂତଳ ରାସ୍ତାର ନିର୍ମାଣ କାର୍ଯ୍ୟ। ମୋଟ ୧୧୯.୫ କିଲୋମିଟର ଦୀର୍ଘ ରାସ୍ତା ନିର୍ମାଣ ପାଇଁ ୨୦୬୭.୪୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସମାବେଶରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଶିଖରପୁର, ବାଲିକୁଦା ଓ ବଡ଼ଚଣାଠାରେ ଭୂତଳ ରାସ୍ତା ତିଆରି କରିବା ପାଇଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ତାଙ୍କୁ ଭେଟି ଅନୁରୋଧ କରିଥିଲେ। ଏ ନେଇ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ଲେଖିଥିଲେ। ଏହି ତିନି ପ୍ରକଳ୍ପକୁ ତାଙ୍କ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଥିବାରୁ ସେ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରକଳ୍ପଗୁଡ଼ିକ ଲାଗି ୪୬.୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ତିନୋଟି ଭୂତଳ ରାସ୍ତା ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣାକୁ ରୋକିବା ସହ ଗମନାଗମନରେ ସହାୟକ ହେବ।

ଏହି ସମାରୋହରେ ଜାତୀୟ ରାଜମାର୍ଗ ପ୍ରାଧିକରଣର ସିଜିଏମ୍ ଡକ୍ଟର ରାମପ୍ରକାଶ ପଣ୍ଡା ଏବଂ ଜିଏମ୍ ଆର.ଭେଙ୍କଟେଶ୍ୱରଲୁ ଉପସ୍ଥିତ ଥିଲେ।



from Odisha Reporter https://ift.tt/2SxfDy0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages