ସବୁ ଧର୍ମଠୁ ଉଚ୍ଚରେ ଦେଶଭକ୍ତି: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲଣ୍ଡା ହେଲେ ମୁସଲିମ୍ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ସବୁ ଧର୍ମଠୁ ଉଚ୍ଚରେ ଦେଶଭକ୍ତି: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲଣ୍ଡା ହେଲେ ମୁସଲିମ୍ ନେତା

କୁହାଯାଏ ସବୁ ଧର୍ମଠୁ ଉଚ୍ଚରେ ଦେଶ। ଯାହାର ଝଲକ୍‌ ଦେଖିବାକୁ ମିଳିଛି ବିହାରରେ। ବିହାରର ଆରରିଆରେ ୨ ମୁସ୍‌ଲିମ୍‌ ନେତା ପୁଲୱାମା ଆକ୍ରମଣରେ ସଦିଦ୍ ହୋଇଥିବା ଯବାନଙ୍କ ପାଇଁ ଲଣ୍ଡା ହୋଇ ଏକଥାକୁ ପ୍ରମାଣିତ କରିଛନ୍ତି। ଆକ୍ରମଣର ୯ଦିନ ପରେ ଯବାନଙ୍କୁ ଲଣ୍ଡା ହୋଇ ଜଳ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏହି ୨ ନେତା। ଲଣ୍ଡା ହୋଇଥିବା ମୁସଲିମ୍ ନେତାଙ୍କ ମଧ୍ୟରେ ପ୍ରଦେଶ ମହାସଚିବ ଇରସାଦ୍ ସିଦ୍ଦିକୀ ଏବଂ ଜାହିଦ୍ ସିଦ୍ଦିକୀ ଅଛନ୍ତି। ଏବେ ଏହି ଘଟଣା ସୋଶାଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଉଭୟ ନେତାଙ୍କ ମତରେ-

ତାଙ୍କ କହିବା ଅନୁଯାୟୀ, ଯେଉଁ ଯବାନମାନେ ସହିଦ ହୋଇଛନ୍ତି ସେମାନେ କୌଣସି ଚାଷୀ ପରିବାରର ପୁଅ କିମ୍ବା ଭାଇ ହୋଇଥାଇପାରନ୍ତି। ତେଣୁ ଏମିତି ଦେଖିଲେ ସେମାନେ ଆମର ମଧ୍ୟ ଭାଇ। ତେଣୁ ସେହି ଭାଇମାନଙ୍କ ପାଇଁ ଆମେ ଲଣ୍ଡା ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ।

ତେବେ ମୁସଲିମ୍ ନେତାଙ୍କ ହିନ୍ଦୁ ନୀତିକୁ ଆପଣାଇ ସହିଦଙ୍କୁ ଏଭଳି ଭାବେ ଶ୍ରଦ୍ଧାଞ୍ଜଳି ଦେବାକୁ ସବୁରୀ ମହଲରେ ପ୍ରଂଶସା କରାଯାଉଛି।

 



from Odisha Reporter https://ift.tt/2H6ort1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages