ପୋଲ ତଳେ ପଡ଼ିଛି ପୁଳା ପୁଳା ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ପୋଲ ତଳେ ପଡ଼ିଛି ପୁଳା ପୁଳା ଔଷଧ

Medicine

ନୟାଗଡ଼(ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ଗୋଛାବାରି ଗାଁ ନିକଟ ପୋଲ ତଳେ ପୁଳା ପୁଳା ଔଷଧ ପଡ଼ି ରହିଛି। ଏଥିରୁ କିଛିର ଏକ୍ସପାଇରୀ ଡେଟ୍‌ ପଳାଥିବା ବେଳେ ଆଉ କିଛିର ରହିଛି। ତେବେ କିଏ ଏବଂ କାହିଁକି ଏହି ଔଷଧ ଫୋପାଡ଼ଛି ତାହା ସଠିକ୍‌ ଭାବେ ଜଣାପଡ଼ି ନାହିଁ। ପ୍ରାୟ ୩୦ ହଜାର ଟଙ୍କାର ଔଷଧ ପଡ଼ିଛି।

ଔଷଧ ଗୁଡ଼ିକ ନଦୀ ନିକଟରେ ପଡ଼ିଥିବାରୁ ଗାଈ ଗୋରୁ ଖାଇ ରୋଗରେ ପଡ଼ିବାର ଭୟ ରହିଛି। ପଡ଼ିଥିବା ଏହି ଔଷଧରେ ସରକାରୀ ଲୋଗ ରହିଛି। ଏଥିରୁ ଜଣାପଡ଼ୁଛି ରୋଗୀଙ୍କୁ ମାଗଣାରେ ଏହି ଔଷଧ ଦିଆଯିବାକୁ ଆସିଥାଇପାରେ। ନିରାମୟ ଯୋଜନାରେ ରୋଗୀଙ୍କୁ ଠିକ୍‌ ଭାବେ ଔଷଧ ନମିଳୁଥିବା ବେଳେ ଏତେ ପରିମାଣରେ ଔଷଧ ଫୋପଡ଼ା ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅସନ୍ତୋଷ ଦେଖା ଦେଇଛି।

ଔଷଧ ପଡ଼ିଥିବା ସ୍ଥାନଟି ସରକାରୀ ଡାକ୍ତରଖାନାଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି। ଉକ୍ତ ଡାକ୍ତରଖାନାର ଔଷଧକୁ ଏଠାରେ ପକାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2HH5NJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages