
ପୁରୀ (ମଧୁସୂଦନ ମିଶ୍ର): ପୁଣି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏଥର ପୁରୀରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ୱାଦିକ।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଚାରିଜଣ ଦୁର୍ବୁତ୍ତ କାଠଫାଳିଆରେ ସାମ୍ୱାଦିକଙ୍କୁ ଆକ୍ରମଣ କରିଛନ୍ତି। ଆହତ ସାମ୍ୱାଦିକଙ୍କ ନାଁ ହେଉଛି ବିକ୍ରମ ଆଚାର୍ଯ୍ୟ। ତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, କାନ, ଛାତି ଓ ମୁହଁରେ ଆଘାତ ଲାଗିଥିବା ଜଣାପଡ଼ିଛି।
ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ଆହତ ସାମ୍ୱାଦିକ କହିଛନ୍ତି।
ସୂଚନାଯୋଗ୍ୟ, ବେଲେଶ୍ୱର ପାଟଣା ଛକରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ସାମ୍ୱାଦିକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍ର ଫଟୋ ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।
ଏନେଇ ଆହତ ସାମ୍ୱାଦିକ ଥାନାରେ ଏତଲା ଦେଇଛନ୍ତି। ଟାଉନ୍ ଥାନାର ଆଇଆଇସି ଓ ମେରାଇନ୍ ଥାନା ଆଇଆଇସି ଡାକ୍ତରଖାନାରେ ପହଞ୍ଚି ସାମ୍ୱାଦିକଙ୍କୁ ଭେଟିଛନ୍ତି।
from Odisha Reporter http://bit.ly/2S4b9np
No comments:
Post a Comment