ଡ. ବେଣୁଧର ବଳିଆରସିଂହଙ୍କ ପୁସ୍ତକ ‘ମହାର୍ଘ୍ୟ’ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଡ. ବେଣୁଧର ବଳିଆରସିଂହଙ୍କ ପୁସ୍ତକ ‘ମହାର୍ଘ୍ୟ’ ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଡ. ବେଣୁଧର ବଳିଆରସିଂହଙ୍କ ଟ୍ରଷ୍ଟ ପକ୍ଷରୁ ରେଡକ୍ରସ୍‌ ଭବନରେ ପୁସ୍ତକ ଉନ୍ମୋଚନ ଓ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ
ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଂ ପ୍ରିୟବ୍ରତ ଦାସ ଓ ମୁଖ୍ୟବକ୍ତା ରୂପେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏଥିସହ ସଭାପତି ଆସନ ଅଳଙ୍କୃତ କରିଥିଲେ ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା।

ଏହି ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ନିଜର ଅନୁଭୂତି ବର୍ଣ୍ଣନା କରି ଡ. ବେଣୁଧର ବଳିଆରସିଂହଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଓ ଉଚ୍ଚ ଚିନ୍ତାଧାରାର ଆଲୋଚନା କରିଥିଲେ। ଏହାସହ ବେଦ, ଉପନିଷଦ୍‌, ଦ୍ୱିତୀୟ ବିଶ୍ୱଯୁଦ୍ଧ, ଗାନ୍ଧିନୀତି ଓ ପାଇକ ବିଦ୍ରୋହ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ବଡ଼ମ୍ୱା ନରସିଂହପୁରର ସନାତନ ସ୍ୱାଇଁଙ୍କୁ ଟ୍ରଷ୍ଟ ପକ୍ଷରୁ ୫୦୦୦ ଟଙ୍କା ଓ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୁସ୍ତକ ‘ମହାର୍ଘ୍ୟ’ ଉନ୍ମୋଚିତ ହୋଇଥିଲା। ସେହିପରି ବେଦପାଠ ଓ ଭଜନ ଗାନ କରାଯାଇଥିଲା। ଏହି ଉତ୍ସବରେ ନରଣଗଡ଼ ଓ ଖୋର୍ଦ୍ଧାରୁ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ।



from Odisha Reporter http://bit.ly/2BrcAC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages