ମୋଦିଙ୍କ ପତ୍ନୀ ସାଜିବେ ଏହି ଅଭିନେତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମୋଦିଙ୍କ ପତ୍ନୀ ସାଜିବେ ଏହି ଅଭିନେତ୍ରୀ !

modii

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆଗକୁ ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଯାହାର ପ୍ରଥମ ପୋଷ୍ଟର୍‌ ଜାନୁଆରୀ ୭ରେ ରିଲିଜ୍‌ ହୋଇଥିଲା। ଏହି ପୋଷ୍ଟର ସାମ୍ନାକୁ ଆସିବା ପରଠୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବେରଏ ଅଭିନୟ କରୁଥିବା କଥା ସମସ୍ତେ ଜାଣିଥିବେ। ଏବେ ତାଙ୍କ ପତ୍ନୀ ଯଶୋଦା ବେନ୍‌ଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ବିଷୟରେ ଜଣାପଡ଼ିଛି।

ସେ ହେଉଛନ୍ତି ଟେଲି ଦୁନିଆର ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ୍। ସେ ଯଶୋଦା ବେନ୍‌ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପୂର୍ବରୁ ସେ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଗଲିୟୋଁ କି ରାସଲୀଲା ରାମଲୀଲା’ରେ ଅଭିନୟ କରିଥିଲେ।
ଏକ ସାକ୍ଷାତକାରରେ ଫିଲ୍ମ ସମ୍ପର୍କରେ ବର୍‌ଖାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ‘‘ଫିଲ୍ମରେ ମୋ ଚରିତ୍ର ଖୁବ୍‌ ଛୋଟ। ତଥାପି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମୋତେ ଏହି ଫିଲ୍ମରେ ଏଥିପାଇଁ ସୁଯୋଗ ମିଳିଲା କାରଣ ନିର୍ମାତାଙ୍କୁ ଫିଲ୍ମ ‘ଗଲିୟୋଁ କି ରାସଲୀଲା ରାମ ଲୀଲା’ରେ ମୋର ଅଭିନୟ ଖୁବ୍‌ ଭଲ ଲାଗିଥିଲା। ମୁଁ ଏହି ଫିଲ୍ମର ଅଂଶ ହୋଇ ନିଜକୁ ଖୁବ୍‌ ଭାଗ୍ୟଶାଳୀ ମନେ କରୁଛି। ଏହି ଫିଲ୍ମ ଆମେ ଅହମ୍ମଦାବାଦ୍‌ରେ ଶୁଟିଂ କରିବୁ।’’

ଏହି ଭୂମିକା ପାଇଁ ପୂର୍ବରୁ ବର୍‌ଖାଙ୍କୁ ଖୁବ୍ ସଠିକ୍ ଗୁଜୁରାଟୀ ଭାଷା ବି ଶିଖିବାକୁ ପଡ଼ିଛି। ଏହି ଚରିତ୍ର ତାଙ୍କ ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ବୋଲି ମଧ୍ୟ ବର୍‌ଖା କହିଛନ୍ତି। ସେ ନିଜ କ୍ୟାରିଅର୍‌ ଆରମ୍ଭ ‘କିତ୍‌ନୀ ମସ୍ତୀ ହୈ ଜିନ୍ଦେଗୀ’ରୁ କରିଥିଲେ। ଏହାପରେ ବର୍‌ଖା ଅନେକ ଟିଭି ଶୋ’ ପ୍ୟାର୍ କେ ଦୋ ନାମ୍‌, ଡୋଲୀ ସଜାକେ ରଖ୍‌ନା, ମହାବଲୀ ହନୁମାନ୍‌ ଓ ନାମକରନ୍‌ ଭଳି ଧାରବାହିକରେ ନଜର ଆସିଥିଲେ। ବର୍‌ଖା ୨୦୦୮ରେ ଟିଭି ଅଭିନେତା ଇନ୍ଦ୍ରନୀଲ୍‌ ସେନ୍‌ ଗୁପ୍ତାଙ୍କୁ ବିବାହ କରିଥିଲେ।

 



from Odisha Reporter http://bit.ly/2IbfPTU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages