ଏମିତି ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟ୍‌ସ ଲଡ଼ୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଏମିତି ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟ୍‌ସ ଲଡ଼ୁ

ଆବଶ୍ୟକ ସାମଗ୍ରୀ- ମାଣ୍ଡିଆ ଗୁଣ୍ଡ, ଓଟ୍‌ସ, ଖଜରା, ଘିଅ, କାଜୁ, ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ
ଏକ ପ୍ୟାନ୍‌ରେ ଓଟ୍‌ସ ଢାଳି ୨ରୁ ୩ ମିନିଟ୍‌ ଯାଏ ଭାଜି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ପକାଇ ଗରମ କରନ୍ତୁ। ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ୍‌ ଭାଜନ୍ତୁ। ଏହାକୁ ଅଲଗା ଏକ ଗିନାରେ ରଖନ୍ତୁ। ଗ୍ରାଇଣ୍ଡରରେ ଖଜରା, ମାଣ୍ଡିଆ ଗୁଣ୍ଡ, ଓଟ୍‌ସ ଗୁଣ୍ଡକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ ଓ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ଗରମ କରନ୍ତୁ। ଏଥିରେ କାଜୁ ପକାଇ ୨ ମିନିଟ୍‌ ଭାଜନ୍ତୁ। ଏହା ପରେ ଗ୍ରାଇଣ୍ଡିଂ କରାଯାଇଥିବା ସାମଗ୍ରୀରେ କାଜୁକୁ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପରେ ହାତରେ ଛୋଟ ଛୋଟ ଗୋଲା ତିଆରି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମାଣ୍ଡିଆ ଓଟ୍‌ସ ଖଜରା ଲଡୁ। ଏହାକୁ ଚା’ କିମ୍ବା ଖାଲିରେ ଖାଇପାରିବେ।



from Odisha Reporter http://bit.ly/2tao6gA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages