ଆଜି ଗାନ୍ଧିବଂଶର ଜ୍ୱାଇଁପୁଅ ଏବଂ ଚିଦାମ୍ବରମ୍‌ଙ୍କ ପୁଅଙ୍କୁ ଇଡି ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଆଜି ଗାନ୍ଧିବଂଶର ଜ୍ୱାଇଁପୁଅ ଏବଂ ଚିଦାମ୍ବରମ୍‌ଙ୍କ ପୁଅଙ୍କୁ ଇଡି ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ କାଲି ଗାନ୍ଧି ପରିବାରର ଜ୍ୱାଇଁ ପୁଅ ରବର୍ଟ ଭଦ୍ରାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପ୍ରାୟ ୬ ଘଣ୍ଟାର ଜେରାକରିବାପରେ ଆଜି ପୁଣି ଥରେ ସେ ଜେରା ପାଇଁ ଇଡି ନିକଟରେ ହାଜର ହୋଇଛନ୍ତି। ଠିକ୍ ସେହିଭଳି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡି ନିକଟରେ ଆଜି ହାଜର ହୋଇଛନ୍ତି।

ଭଦ୍ରା ଏହି ସମନ୍‌ ଏବଂ ଜେରାକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହିତ ବ୍ରିଟେନ୍‌ର ସମ୍ପତ୍ତି ବାବଦରେ ଏବଂ ଏହି ଅଭିଯୋଗରେ ଯୋଡ଼ାଯାଇଥିବା ବ୍ୟକ୍ତି ମାନଙ୍କୁ ସେ ଜାଣନ୍ତି ନାହିଁ ବୋଲି କହିଥିଲେ।

ପୂର୍ବରୁ ତଦନ୍ତକାରୀ ଅଧିକାରୀମାନେ ଅଭିଯୋଗ କରିଆସୁଛନ୍ତି ଭଦ୍ରା ୨୦୦୫ରୁ ୨୦୧୦ ମଧ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଲଣ୍ଡନରେ ଲକ୍ଷ ଲକ୍ଷ ପାଉଣ୍ଡର ସମ୍ପତ୍ତି ହାତେଇଛନ୍ତି। ଏଥିରେ ୩ଟି ବଙ୍ଗଳା ରହିଛି ଏବଂ କିଛି ବିଳାସମୟ ଫ୍ଲାଟ୍‌ ମଧ୍ୟ ରହିଛି। ଗତକାଲି ଜେରା ସମୟରେ ତାଙ୍କୁ ସେହି ସମସ୍ତ ଡକ୍ୟୁମେଣ୍ଟ ଏବଂ ମେଲ୍‌ ଦେଖାଯାଇଥିଲା ଯେଉଁଥିରେ ଦର୍ଶାଯାଇଥିଲା ଭଦ୍ରାଙ୍କର ଏହି ସମ୍ପତ୍ତି ଗୁଡ଼ିକ ସହିତ ସମ୍ପର୍କ ରହିଛି।

ଏକ ଆୟକର ମାମଲାରେ ସଞ୍ଜୟ ଭଣ୍ଡାରୀଙ୍କ ସମ୍ପୃକ୍ତି ବାବଦରେ ଜଣାପଡ଼ିବାପରେ ଭଦ୍ରାଙ୍କ ସହିତ ଜଡ଼ିତ ସ୍କାଇଲାଇଟ୍‌ ହସ୍ପିଟାଲିଟିର ପୂର୍ବତନ କର୍ମଚାରୀ ମନୋଜ ଆରୋରାଙ୍କ ବାବଦରେ ଜଣାପଡ଼ିଥିଲା। ମନୋଜଙ୍କ ବର୍ତ୍ତମାନ ମଧ୍ୟ ବିରୋଧରେ ମନିଲଣ୍ଡରିଂ ମାମଲା ଚାଲିଛି।

ଅନ୍ୟପକ୍ଷରେ କାର୍ତ୍ତିଙ୍କ ବିରୋଧରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ ଚଲାଉଛନ୍ତି। ପି ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି କ୍ଲିଅରାନ୍ସ ଦିଆଯିବା ପରି କିଛି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ଚାଲିଛି।

ସେ ଏହି କ୍ଲିଅରାନ୍ସ ପାଇଁ ଆଇଏନ୍‌ଏକ୍ସଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଗତବର୍ଷ ଫେବୃଆରୀ ୨୮ରେ ଗିରଫ ହୋଇଥିଲେ ଏବଂ ପରେ ଜାମିନରେ ଆସିଥିଲେ। ଆଇଏନ୍‌କ୍ସକୁ କ୍ଲିଅରାନ୍ସ ଦେଥିବାରୁ ପି ଚିଦାମ୍ବରମ୍‌ଙ୍କୁ ମଧ୍ୟ ଜେରା କରାଯାଥିଲା। କାର୍ତ୍ତି ଚିଦାମ୍ବରମ୍‌ଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରମନ୍‌ଙ୍କୁ ମଧ୍ୟ ଗିରଫ କରାଯିବା ପରେ ଜାମିନ୍‌ରେ ଛଡ଼ାଯାଇଥିଲା।



from Odisha Reporter http://bit.ly/2UNW7PD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages