
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲି ରେଳଧାରଣା ପାଖରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରୁସ୍ତମ୍ ଖାଁ ଓରଫ୍ ଜାନୁ। ରୁସ୍ତମ୍ଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପୁଲିସ୍ କହିଛି,“ ରୁସ୍ତମ୍ ଗତକାଲି ରାତିରେ କିଛି ଶ୍ରମିକଙ୍କ ସହ ଏକ ବିବାହ ଭୋଜିରେ ଇଲେକ୍ଟ୍ରିକ୍ କାମ କରିବାକୁ ଆସିଥିଲା। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।”
from Odisha Reporter https://ift.tt/2GEJNhC
No comments:
Post a Comment