ନିଜ ଗୁମର ନିଜେ ଖୋଲିଲେ ଈଶା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ନିଜ ଗୁମର ନିଜେ ଖୋଲିଲେ ଈଶା !

isha7

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ନିଜ ବାହାଘର ପାଇଁ ଅନେକ ଦିନରୁ ଚର୍ଚ୍ଚାରେ ଥିଲେ। ଈଶା ଓ ଆନନ୍ଦ ପରିମଲ୍‌ଙ୍କ ବିବାହ ଥିଲା ୨୦୧୮ର ସବୁଠୁ ବଡ଼ ଇଭେଣ୍ଟ୍‌। ଆଉ ବାହାଘରର କିଛି ମାସ ପରେ ସେ ଏବେ ଏକ ମାଗାଜିନ୍‌ର କଭର ପେଜ୍‌ରେ ଛାଇ ଯାଇଛନ୍ତି। ଏହି ଅବସରରେ ସେ ନିଜ ଜୀବନ ତଥା ଅମ୍ବାନୀ ପରିବାରର ଏକ ବଡ଼ ଗୁମର ଖୋଲିଛନ୍ତି। ଯାହା ହୁଏତ କେହି ଜାଣି ନ ଥିବେ।

isha1
କଥା ହେଉଛି ନିକଟରେ ଏକ ଜାତୀୟସ୍ତରୀୟ ପତ୍ରିକାର ପ୍ରଚ୍ଛଦପଟରେ ଈଶା ଅମ୍ବାନୀଙ୍କ ଫଟୋ ସ୍ଥାନ ପାଇଛି। ଆଉ ସେଇ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି ଈଶାଙ୍କର ଏକ ଦୀର୍ଘ ସାକ୍ଷାତକାର। ଯେଉଁଥିରେ ସେ ନିଜ ଓ ନିଜ ପରିବାର ସମ୍ପର୍କରେ କିଛି ଖୁଲାସା କରିଛନ୍ତି।

ସେ କହିଛନ୍ତି, ‘‘ମୁଁ ଓ ମୋ ଭାଇ ଆକାଶ ହେଉଛୁ ଯାଆଁଳା ଭାଇ ଭଉଣୀ। ମୋ ବାପା ମୁକେଶ ଓ ମା’ ନୀତା ବିବାହର ୭ ବର୍ଷ ପର୍ଯ୍ୟନ୍ତ ନିଃସନ୍ତାନ ରହିବା ପରେ ଆପୋଷ ବୁଝାମଣା ଜରିଆରେ ଆଇଭିଏଫ୍‌ ପଦ୍ଧତି ଆପଣାଇ ଆମ ଦୁହିଁଙ୍କୁ (ଈଶା ଓ ଆକାଶକୁ) ପାଇଥିଲେ।”

ସେ ଆହୁରି କହିଛନ୍ତି ଯେ, “ଆମେ ଜନ୍ମ ନେବା ପରେ ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଆମ ମା’ ସବୁ କାମକୁ ଛାଡ଼ି ଆମର ଯତ୍ନ ନେଇଥିଲେ। ଆମ ମା’ ଆମମାନଙ୍କୁ ବହୁତ ଭଲ ପାଆନ୍ତି। ଆମେ ଧନୀ ପରିବାରର ପିଲା ସତ। ଆମ ପିତା ମାତା ଆମର ସମସ୍ତ ପ୍ରକାରର ଅଳିକୁ ଅକାତରରେ ପୂରଣ ମଧ୍ୟ କରିଛନ୍ତି। କିନ୍ତୁ ତା’ ସହ ଜୀବନର ପ୍ରତିଟି କ୍ଷେତ୍ରରେ ରହିଥିବା ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦେଇଛନ୍ତି । ଆମ ପାଖରେ ଧନ ଥାଇପାରେ କିନ୍ତୁ ତାର ମୂଲ୍ୟ ବିଷୟରେ ସେ ଆମକୁ ଶିଖେଇଛନ୍ତି। ଆଉ ଯେଉଁ କାରଣ ପାଇଁ ଆମର ପରିବାର ଏକ ଅନନ୍ୟ ଓ ନିଆରା ପରିବାର ବୋଲି ମୁଁ ଭାବେ।


ଏହା ସହ ଆମେ ଆମ ବାପଙ୍କୁ ଖୁବ୍‌ କଠିନ ପରିଶ୍ରମ କରିଥିବା ଦେଖିଛୁ। ସେ ଘଣ୍ଟା ଘଣ୍ଟା ସେମିତି କାମ କରୁଥାନ୍ତି। ରିଲିଆନ୍ସ ଆଜି ଯେଉଁ ସ୍ଥରରେ ଅଛି ତାର ଶ୍ରେୟ ଯାଉଛି ବାପାଙ୍କ ନିଷ୍ଠା ଓ ପରିଶ୍ରମକୁ। ଏହା ଛଡ଼ା ଆମକୁ ଯେତେବେଲେ ଯେତେବେଳେ ତାଙ୍କର ଆବଶ୍ୟକତା ଥାଏ ସେ ସବୁବେଳେ ଆମ ପାଖରେ ଥାଆନ୍ତି।’’

 



from Odisha Reporter http://bit.ly/2Spxpaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages