ଭାରତରୁ ଚାଲିଯିବ ହ୍ୱାଟ୍‌ସଆପ୍‌ ! ସରକାର ଆଣୁଛନ୍ତି କଡ଼ା ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଭାରତରୁ ଚାଲିଯିବ ହ୍ୱାଟ୍‌ସଆପ୍‌ ! ସରକାର ଆଣୁଛନ୍ତି କଡ଼ା ନିୟମ

ନୂଆଦିଲ୍ଲୀ:ଯଦି ଆପଣ ଜଣେ ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର । କାରଣ ଭାରତରେ ବନ୍ଦ ହୋଇପାରେ ହ୍ୱାଟ୍‌ସଆପ୍‌ । ଭାରତ ସରକାରଙ୍କ ପକ୍ଷରୁ ଆସିବାକୁ ଥିବା ଏକ କଡ଼ା ନିୟମ ହ୍ୱାଟ୍‌ସଆପ୍‌ ପାଇଁ ଅଡ଼ୁଆ ସୃଷ୍ଟିକରିପାରେ। ଫଳରେ କମ୍ପାନୀ ଭାରତ ଛାଡ଼ିବାକୁ ବିଚାର କରୁଥିବା ଜଣେ ଅଧିକାରୀ କହିଛନ୍ତି। ମୁଖ୍ୟତଃ ଭାରତ ସରକାର ଡାଟାସେୟାରିଂ ରେଗୁଲେସନ୍‌କୁ କଡ଼ାକଡ଼ି ଲାଗୁ କରିବାକୁ ବିଚାର କରୁଥିବାରୁ ଏହା ହ୍ୱାଟସ୍‌ଆପ୍‌ ପକ୍ଷେ ବିପଦ ହୋଇଇଛି।

ତେଣୁ ଯଦି ଭାରତ ସରକାର ଉକ୍ତ ନିୟମକୁ ଲାଗୁ କରନ୍ତି ତେବେ ସୋଶାଲ୍‌ ମିଡିଆ ହ୍ୱାଟସ୍‌ଆପ୍‌ ଭାରତ ଛାଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମିଥ୍ୟା ଖବର ପ୍ରସାର ଉପରେ ରୋକ୍‌ ଲଗାଇବା ପାଇଁ  ଭାରତ ସରକାର ଡାଟାସେୟାରିଂ ରେଗୁଲେସନ୍‌ ଲାଗୁ କରିବାକୁ ଯାଉଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସରକାର ଏମିତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି।

ପୂର୍ବରୁ  ‘ମବ୍ ଲିଞ୍ଚିଙ୍ଗ’ ଘଟଣାରେ ହ୍ୱାଟ୍ସଆପ୍‌ର ଭୂମିକା ସାମ୍ନାକୁ ଆସିଥିଲା। ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ପାଇଁ କମ୍ପାନୀକୁ ଦାୟୀ କରାଯିବ ବୋଲି ସରକାରଙ୍କ ପକ୍ଷରୁ  କୁହାଯାଇଥିଲା। ଏବେ ପୁଣି ଏ ସମ୍ପର୍କିତ ଏକ ନୂଆ ନିୟମ ଆଣିବାକୁ ଯାଉଥିବାରୁ ଭାରତ ଛାଡ଼ିବାକୁ ହ୍ୱାଟସ୍‌ଆପ୍‌ ଚେତାବନୀ ଦେଇଛି।



from Odisha Reporter http://bit.ly/2BpmAvz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages