ଏମ୍‌ ନାଗେଶ୍ୱର ରାଓଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, ହାଜର ପାଇଁ ଜାରି ହେଲା ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଏମ୍‌ ନାଗେଶ୍ୱର ରାଓଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, ହାଜର ପାଇଁ ଜାରି ହେଲା ନୋଟିସ

ନୂଆଦିଲ୍ଲୀ: ଓଡ଼ିଆ କ୍ୟାଡର ଆଇପିଏସ୍‌ ତଥା ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ଏମ ନାଗେଶ୍ୱର ରାଓଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି। ବିହାରର ମୁଜାଫରପୁର ଶେଲଟର ହୋମର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ଶ୍ରୀ ରାଓ କାହିଁକି ବଦଳି କରିଥିଲେ, ସେ ସମ୍ପର୍କରେ ସୁପ୍ରିମକୋର୍ଟ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ ଶ୍ରୀ ରାଓଙ୍କୁ ଅନ୍ତରୀଣ ମୁଖ୍ୟ ଭାବେ କୌଣସି ବଦଳି କିମ୍ବା ବଡ଼ ନିଷ୍ପତ୍ତି ନେବାକୁ ଅଧିକାର ଦେଇ ନଥିଲେ। କିନ୍ତୁ ସେ ଏକ ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା ଅଫିସରଙ୍କୁ ବଦଳି କରି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି।

ତେଣୁ ତାଙ୍କୁ କୋର୍ଟ ଫେବୃଆରୀ ୧୨ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କହିଛନ୍ତି। ଶ୍ରୀ ରାଓଙ୍କ ବ୍ୟତୀତ ଇନ୍‌ଚାର୍ଜ ଅଫ୍‌ ଡିରେକ୍ଟର ପ୍ରସ୍ୟୁକେସନ୍‌ ବାସୁ ରାମଙ୍କୁ ମଧ୍ୟ କୋର୍ଟ ହାଜର ହେବାକୁ କହିଛନ୍ତି। ଏଥିସହ କୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କୁ କେଉଁ କେଉଁ ଅଫିସରମାନେ ଏକେ ଶର୍ମାଙ୍କ ବଦଳି ପ୍ରକ୍ରିୟାରେ ସାମିଲ ଥିଲେ। ସେମାନଙ୍କ ନାଁ ଦିଅନ୍ତୁ ଏବଂ ସେମାନଙ୍କୁ ମଙ୍ଗଳବାର ଦିନ କୋର୍ଟରେ ହାଜର ହେବାକୁ କୁହନ୍ତୁ ବୋଲି ବିରକ୍ତି ଭାବ ପ୍ରକାଶ କରି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜିର ଶୁଣାଣି ବେଳେ ବିହାରର ସରାକରୀ ଅନୁଦାନ ପ୍ରାପ୍ତ ଶେଲଟର ହୋମରେ ଶିଶୁମାନଙ୍କୁ ଦୁଷ୍କର୍ମ ଘଟଣାର ତଦନ୍ତ ଠିକ୍‌ ଭାବେ ହେଉ ନଥିବାରୁ ପ୍ରବଳ ବିରକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ଶ୍ରୀ ନାଗେଶ୍ୱର ରାଓ ଆପଣ ଆମ ନିର୍ଦ୍ଦେଶ ସହ ଖେଳ ଖେଳିଛନ୍ତି। ଏବେ ଭଗବାନ ଆପଣଙ୍କୁ ସାହା ହେବେ। ସୁପ୍ରିମକୋର୍ଟ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କ ବିଦଳି ଉପରେ ରୋକ ଲଗାଇଥିଲେ। କେନ୍ଦ୍ର ସରକାର କେମିତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲେ? ଆମେ ଏହାକୁ ଅଧିକ ଗୁରୁତ୍ୱର ଭାବେ ନେଉଛୁ।”

ବିହାର ସରକାର ତଦନ୍ତରେ କୌଣସି ସହଯୋଗ କରୁ ନଥିବାରୁ ସିଜେଆଇ ଜଷ୍ଟିସ୍‌ ଗୋଗୋଇ କହିଛନ୍ତି,“ ବହୁତ ହୋଇଗଲା। ଶିଶୁମାନଙ୍କୁ ଏମିତି ବ୍ୟବହାର କରାଯାଇ ପାରିବ ନାହିଁ। ବିହାର ସରକାର ନିଜ ମନଇଚ୍ଛା କିଛି କରିପାରିବେ ନାହିଁ। ଏବେ ମାମଲାର ନିରପେକ୍ଷ ଓ ଠିକ୍‌ ଶୁଣାଣି ପାଇଁ ବିହାର କୋର୍ଟରୁ ଏହାକୁ ଦିଲ୍ଲୀର ସାକେତ କୋର୍ଟଙ୍କୁ ସ୍ଥାନାନ୍ତର କରାଯାଉଛି। ସାକେତ କୋର୍ଟ ବିଚାରପତିମାନେ ୬ ମାସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବେ।”

ଏହା ବ୍ୟତୀତ କୋର୍ଟ ମାମଲାର ସମସ୍ତ ପ୍ରମାଣ ଓ ଦସ୍ତାବିଜ ଯଦି ବିହାର ସରକାର ନ ଦେବ, ତା’ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସମନ କରାଯିବ ବୋଲି ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2TBwG3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages